Latest Odisha News

BREAKING NEWS

କରୋନାରେ ଭିମସାରର ବରିଷ୍ଠ ଡାକ୍ତରଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନା ସଂକ୍ରମଣରେ ଭିମସାରର ଜଣେ ବରିଷ୍ଠ ଡାକ୍ତର ପ୍ରଫେସର ଅନୁପ ଶତପଥୀଙ୍କର ଦେହାନ୍ତ ଘଟିଛି। ସମ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି।

ସେ ଭିମସାରର ଦନ୍ତ ଚିକିତ୍ସା ବିଭାଗର ମୁଖ୍ୟ ଥିଲେ।

ସୂତ୍ରରୁ ପ୍ରକାଶ ଯେ କରୋନା ପଜିଟିଭ୍ ଚିହ୍ନଟ ପରେ ସେ ମେ ୧ ରେ ଭିମସାରରେ ଭର୍ତ୍ତି ହୋଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେ ୮ରେ ଭୁବନେଶ୍ୱରର ଅଶ୍ୱିନୀ କୋଭିଡ ଡାକ୍ତରଖାନାକୁ ପଠାଇଥିଲେ। ପରେ ଗୁରୁତର ଅବସ୍ଥାରେ ମେ ୧୫ରେ ସମ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ସହ ଭେଣ୍ଟିଲେଟରରେ ରଖାଯାଇଥିଲା।

ତେବେ ତାଙ୍କ ଶରୀରରେ ଫଙ୍ଗଲ ସଂକ୍ରମଣ ଥିବା ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.