Latest Odisha News

BREAKING NEWS

ଉତ୍ତରପ୍ରଦେଶରେ ଜୁନ୍ ୧ ରୁ ଆରମ୍ଭ ହେବ “ଅନଲକ୍” ପ୍ରକ୍ରିୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ “ଅନଲକ୍” ପ୍ରକ୍ରିୟା ଜୁନ୍ ୧ ରୁ ଆରମ୍ଭ ହେବ। ସରକାରୀ ଆଦେଶ ଅନୁଯାୟୀ, କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଦୋକାନ ବଜାରଗୁଡ଼ିକ ସୋମବାର-ଶୁକ୍ରବାର ଯାଏ ସକାଳ ୭ ରୁ ୭ ଟା ମଧ୍ୟରେ ଖୋଲା ରହିବ। ଶନିବାର ଏବଂ ରବିବାର କଟକଣା ଜାରି ରହିବ।

ଯେଉଁ ଜିଲ୍ଲାଗୁଡ଼ିକରେ ୬୦୦ରୁ ଅଧିକ ସକ୍ରିୟ କରୋନାଭାଇରସ୍ ମାମଲା ରହିଛି ସେହି ଅଞ୍ଚଳକୁ କଟକଣାମୁକ୍ତ କରାଯିବ ନାହିଁ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ଏଥିରେ ମିରଟ, ଲକ୍ଷ୍ନୌ, ସାହାରନପୁର, ବାରାଣାସୀ, ଗାଜିଆବାଦ, ଗୋରଖପୁର, ମୁଜାଫରନଗର, ବରେଲି, ଗୌତମ ବୁଦ୍ଧ ନଗର, ବୁଲନ୍ଦସହର, ଝାନସୀ, ପ୍ରୟାଗରାଜ, ଲକ୍ଷ୍ମୀମ୍‌ପୁର ଖେରୀ, ସୋନଭଦ୍ର, ଜୌନପୁର, ବାଗପତ, ମୋରାଦାବାଦ, ଗାଜିପୁର, ବିଜନର୍‌ ଏବଂ ଦେଓରିଆ ଆଦି ଅନ୍ତର୍ଭୁକ୍ତ।

Leave A Reply

Your email address will not be published.