Latest Odisha News

BREAKING NEWS

ଜାତୀୟ ସିନିୟର ମହିଳା ହକି: କ୍ୱାର୍ଟର ଫାଇନାଲରେ ହାରିଲା ଓଡିଶା

ଭୁବନେଶ୍ୱର: ଜାତୀୟ ସିନିୟର ମହିଳା ହକିର କ୍ୱାର୍ଟର ଫାଇନାଲରେ ଓଡିଶାର ଅଭିଯାନ ଶେଷ ହୋଇଛି । ଓଡିଶାର ପ୍ରଦର୍ଶନ ପ୍ରଶଂସକଙ୍କୁ ନିରାଶ କରିଛି । ପୁଣେର ମେଜର ଧ୍ୟାନଚାନ୍ଦ ହକି ଷ୍ଟାଡିୟମରେ ଖେଳା ଯାଇଥିବା କ୍ୱାର୍ଟର ଫାଇନାଲ ମୁକାବିଲାରେ ଓଡିଶା ୧-୪ ଗୋଲରେ ହରିୟାଣା ନିକଟରୁ ପରାଜିତ ହୋଇଛି । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଓଡିଶା ସିନିୟର ମହିଳା ହକିରେ ପଦକ ଜିତିବାରେ ବିଫଳ ହୋଇଛି । ୨୦୨୨ରେ ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଚଳିତ ସଂସ୍କରଣରେ ଓଡିଶା ପୁଲ ଇରେ ଶୀର୍ଷ ସ୍ଥାନରେ ରହି କ୍ୱାର୍ଟରକୁ ଉନ୍ନୀତ ହୋଇଥିଲା । ପ୍ରଥମ ମ୍ୟାଚରେ ଗୋଆକୁ ୯-୧ ଗୋଲରେ ଓ ଚଣ୍ଡୀଗଡକୁ ୬-୧ ଗୋଲରେ ଓଡିଶା ପରାସ୍ତ କରିଥିଲା । ଜାତୀୟ ଚାମ୍ପିୟନଶିପ ପାଇଁ ଓଡିଶା ଲିଲିମା ମିଞ୍ଜଙ୍କ ନେତୃତ୍ୱରେ ୧୮ଜଣିଆ ଦଳ ଘୋଷଣା କରିଥିଲା ।

ଓଡିଶା ଟିମ: ମାଧୂରୀ କିଣ୍ଡୋ, ପ୍ରତିଭା ଏକ୍କା, ମମିତା ଓରାମ, ଜ୍ୟୋତି ଛେତ୍ରୀ, ଲିଲିମା ମିଞ୍ଜ(ଅଧିନାୟିକା), ଫିଲିକା ଟପ୍ପୋ, ମୁକ୍ତା ଜୋଜୋ, ସଜୁତା କୁଜୁର, ନୀତୁ ଲାକ୍ରା, ଆଜମିନା କୁଜୁର, ମାରିୟାନା କୁଜୁର, ଜୀବନ କିଶୋର ଟପ୍ପୋ, ଦୀପ୍ତି ଲାକ୍ରା, ନେହା ଲାକ୍ରା, ଆଟେନ ଟପ୍ପୋ, ନମିତା ଟପ୍ପୋ(ମ୍ୟାନେଜର), ସୁଜିତ ଲାକ୍ରା(ମୂଖ୍ୟ କୋଚ), ରାଜିନା କାଜି (ଫିଜିଓଥେରାପିଷ୍ଟ) ।

Comments are closed.