Latest Odisha News

BREAKING NEWS

ସେୟାର ମାର୍କେଟରେ କରୋନା କାୟା: ଖସିଲା ସେନସେକ୍ସ ଓ ନିଫଟି

ନୂଆଦିଲ୍ଲୀ: ଦେଶରେ ଲଗାତାର ବଢୁଛି କରୋନା ସଂକ୍ରମଣ । ଏହାର ଜବରଦସ୍ତ ପ୍ରଭାବ ପଡ଼ିଛି ସେୟାର ମାର୍କେଟ ଉପରେ । ଆଜି କାରବାର ଆରମ୍ଭରୁ ଖସିଲା ସେନସେକ୍ସ ଓ ନିଫଟି । ବମ୍ୱେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସୂଚକାଙ୍କରେ ୧,୪୭୯ ପଏଣ୍ଟ ଅର୍ଥାତ ୨.୯୮ ପ୍ରତିଶତ ହ୍ରାସ ପାଇଛି । କାରବାର ଆରମ୍ଭରେ ବିଏସଇ ସୂଚକାଙ୍କ ଥିଲା ୪୮,୧୧୨.୧୭ ।

ସେହିପରି ନିଫଟି ସୂଚକାଙ୍କରେ ବି ହ୍ରାସ ଦେଖିବାକୁ ମିଳିଥିଲା । ନିଫଟିରେ ୩୭୭ ପଏଣ୍ଟ ଅର୍ଥାତ ୨.୫୪ ପ୍ରତିଶତ ହ୍ରାସ ପାଇଥିଲା । କାରବାର ଆରମ୍ଭରେ ନିଫଟି ଥିଲା ୧୪,୪୫୭ । ସେପଟେ ଟିକାକରଣ ଜୋରଦାର ହେବା ସହ ଅର୍ଥବ୍ୟବସ୍ଥା ସୁଧୁରୁଥିବାରୁ ଆମେରିକା ବଜାରରେ ବୃଦ୍ଧି ପରିଲକ୍ଷିତ ହୋଇଛି ।

Leave A Reply

Your email address will not be published.