Latest Odisha News

BREAKING NEWS

ମହାରାଷ୍ଟ୍ରରେ ହୋଇପାରେ ଆଉ ଏକ ଲକ୍‌ଡାଉନ୍‌

ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ଏକ ଲକ୍‌ଡାଉନ୍‌ ନେଇ ଏପ୍ରିଲ ୧୪ ପରେ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ରବିବାର କହିଛନ୍ତି।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋଭିଡ୍‌ ଟାସ୍କଫୋର୍ସର ଏକ ଭର୍ଚୁଆଲ୍ ବୈଠକ ପରେ ‌ମନ୍ତ୍ରୀ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କହିଥିଲେ ଯେ, କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ଏକ ଲକ୍‌ଡାଉନ୍‌ ହେବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ବୈଠକରେ ଲକଡାଉନର ଅବଧି ଏବଂ ଏହାର ଅର୍ଥନୈତିକ ଅବନତିକୁ କିପରି ପରିଚାଳନା କରାଯିବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା। ରାଜ୍ୟରେ କରୋନାର ପ୍ରଭାବ ଏପରି ଯେ ଲକ୍‌ଡାଉନ୍‌ ଅତ୍ୟନ୍ତ ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅକ୍ସିଜେନ୍‌ ଏବଂ ଶଯ୍ୟା ଉପଲବ୍ଧତା, ରେମଡେସିଭିର ବ୍ୟବହାର, ଚିକିତ୍ସା ପ୍ରୋଟୋକଲ, ସୁବିଧାଗୁଡ଼ିକର କ୍ଷମତା ବୃଦ୍ଧି, କୋଭିଡ୍‌ ନିୟମ ଉଲ୍ଲଂଘନ ପାଇଁ ପ୍ରତିବନ୍ଧକ ଏବଂ ଜରିମାନା ଉପରେ ମଧ୍ୟ ଆଲୋକପାତ କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

Leave A Reply

Your email address will not be published.