Latest Odisha News

BREAKING NEWS

ବିଶ୍ବ ବଜାରରେ ଯୁଦ୍ଧର ପ୍ରଭାବ: ଖସିଲା ସେନ୍‌ସେକ୍ସ ଓ ନିଫ୍ଟ, ଭବିଷ୍ୟତରେ ବଢିପାରେ ତୈଳ ଦର

ନୂଆଦିଲ୍ଲୀ: ସୋମବାର ସକାଳେ ଭାରତୀୟ ସେୟାର ବଜାରକୁ ଲାଗିଛି ଶକ୍ତ ଝଟକା। କୁହାଯାଉଛି ସେୟାର ବଜାରରେ ଯୁଦ୍ଧର ପ୍ରଭାବ ଦେଖିବାକୁ ମିଳିଛି। ଇରାନ ଉପରେ ଆମେରିକାର ଆକ୍ରମଣ ପରେ ସେନସେକ୍ସ ୬୦୦ ପଏଣ୍ଟ ତଳକୁ ଖସିଛି। ସକାଳୁ ମାର୍କେଟ ଖୋଲିବା ପରେ ୬୦୦ ପଏଣ୍ଟ ଖସିଥିବା ବଳେ ନିଫ୍ଟି ୧୮୦ ପଏଣ୍ଟ ଖସିଛି।

କେବଳ ଭାରତରେ ନୁହେଁ ବିଶ୍ବ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସେହିପରି ଏନର୍ଜୀ ମାର୍କେଟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସପ୍ତାହର ପ୍ରଥମ ଦିନରେ ହିଁ ଖରାପ ସ୍ଥିତି ଦେଖିବାକୁ ମିଳିଛି। ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୨ ପ୍ରତିଶତ ବଢିଛି।

ବିଶ୍ବର ପଞ୍ଚମ କ୍ରୁଡ ଅଏଲ ତଥା ଇରାନ ଷ୍ଟ୍ରେଟ ଅଫ ହାର୍ମୁଜ ବନ୍ଦ କରିବାକୁ ଅଶୋଧିତ ତେଲ ଦର ବଢିଛି। ଇରାନ ହେଉଛି ବିଶ୍ବର ନବମ ତେଲ ଉତ୍ପାଦନକାରୀ ସଂସ୍ଥା ଏବଂ ଦିନକୁ ପ୍ରାୟ ୩ ଦଶମିକ ୩ ମିଲିୟନ ବ୍ୟାରେଲ କ୍ରୁଡ ଅଏଲ ଉତ୍ପାଦନ କରିଥାଏ। ଯୁଦ୍ଧ ଯୋଗୁଁ ଏବେ ତେଲ ବଜାରରେ ପ୍ରଭାବ ପଢିଛି। ଆଗାମୀ ଦିନରେ ପେଟ୍ରୋଲ ଓ ଡିଲେଜ ଦର ବଢିବ ବୋଲି ଆଶା କରାଯାଉଛି।

Comments are closed.