Latest Odisha News

BREAKING NEWS

ଜଗା-କାଳିଆ ଖୁବ୍ ଶିଘ୍ର ଓଡ଼ିଶା ଫେରିବା ସମ୍ଭାବନା !

ନୂଆଦିଲ୍ଲୀ: ଯୋଡ଼ାମୁଣ୍ଡ ଅଲଗା ହୋଇଥିବା ଯାଆଁଳା ଶିଶୁ ଜଗା-କାଳିଆ ଖୁବ ଶିଘ୍ର ଓଡ଼ିଶା ଫେରିବାର ସମ୍ଭାବନା ରହିଛି । ଦିଲ୍ଲୀ ଏମ୍ସରେ ରହି ଚିକିତ୍ସା ହେଉଥିବା ଜଗା-କାଳିଆଙ୍କ ବାପା ମାଆ ଖୁବ୍ ଶିଘ୍ର ଓଡ଼ିଶାରେ ଥିବା ତାଙ୍କ ଗାଆଁକୁ ଫେରିବାକୁ ଇଛା ପ୍ରକାଶ କରିଛନ୍ତି ।

ଏହି ଦୁଇ ଯାଆଁଳା ଶିଶୁଙ୍କ ବାପା ଭୂୟାଁ କହଁର ଓଡ଼ିଶା ସରକାରଙ୍କୁ ତାଙ୍କର ଓଡ଼ିଶାରେ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି । ଓଡ଼ିଶାରେ ସରକାର ତାଙ୍କର ସମସ୍ତ ଚିକିତ୍ସା ସୁବିଧା କରାଇଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

“ଦୀର୍ଘ ୧୬ ମାସ ହେଲାଣି ଆମେ ଆମର ଗାଆଁକୁ ଯାଇନାହୁଁ । ବର୍ତ୍ତମାନ କାଳିଆର ସ୍ୱାସ୍ଥାବସ୍ଥା ସ୍ଥିର ରହିଛି । ମୁଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି, ଓଡ଼ିଶାର ଏକ ସରକାରୀ ହସ୍ପିଟାଲରେ ସମସ୍ତ ଚିକିତ୍ସା ସୁବିଧା କରାଇଦେବାରୁ ବନ୍ଦୋବସ୍ତ କରନ୍ତୁ,” ବୋଲି ଜଗା-କାଳିଆଙ୍କ ବାବା ଭୂୟା କହଁର କହିଛନ୍ତି ।

କନ୍ଧମାଳ ଜିଲ୍ଲା ମିଲିପଡ଼ା ଗ୍ରାମର ଏହି ଦୁଇ ଯାଆଁଳା ଶିଶୁଙ୍କର ଯୋଡ଼ାମୁଣ୍ଡ ରହିଥିଲା । ଗତବର୍ଷ ଅକ୍ଟୋବର ୨୫ ତାରିଖରେ ଏହି ଯୋଡ଼ାମୁଣ୍ଡକୁ ଅପରେସନ ଦ୍ୱାରା ଅଲଗା କରାଯାଇଥିଲା ।

ଏହି ବିରଳ ଅପରେସନ ଦୀର୍ଘ ୧୧ ଘଣ୍ଟା ଧରି ଚାଲିଥିଲା । ନୂଆଦିଲ୍ଲୀସ୍ଥିତ ଏମ୍ସରେ ଏକ ୩୦ ଜଣିଆ ସର୍ଜରୀ ଦଳରେ ନ୍ୟୁରୋ ସର୍ଜନ, ନ୍ୟୁରୋ ଆନାସ୍ଥେସିଆ ଏବଂ ପ୍ଲାଷ୍ଟିକ ବିଭାଗର ବିଶେଷଜ୍ଞମାନେ ଏହି ଅପରେସନ ସଫଳତାର ସହିତ କରିଥିଲେ ।

Leave A Reply

Your email address will not be published.