Latest Odisha News

BREAKING NEWS

କାଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମାଲ୍ଲିକ ଗିରଫ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ଲିବେରେସନ ପ୍ରଣ୍ଟ (ଜେକେଏଲଏଫ)ର ମୁଖ୍ୟ ତଥା କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମାଲ୍ଲିକଙ୍କୁ ଶୁକ୍ରବାର ରାତିରେ ପୋଲିସ ଗିରଫ କରିଛି । ତେବେ ସୋମବାର ଦିନ ସୁପ୍ରିମକୋର୍ଟରେ ଧାରା ୩୫-ଏ ସଂକ୍ରାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବାର ରହିଛି, ଏହି ଶୁଣାଣିର ଅବ୍ୟବହିତ ପୂର୍ବରୁ ରାଜ୍ୟରେ ଶାନ୍ତି ଶୃଙ୍ଖଳା ବ୍ୟାହତ ହେବା ଆଶଙ୍କା କରି ଏହି ବିଚ୍ଛିନ୍ନତାବାଦୀ ନେତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ସମ୍ବିଧାନର ଧାରା ୩୫-ଏ ରେ ଉଲ୍ଲେଖ ରହିଛି ଯେ, ଜମ୍ମୁ ଓ କାଶ୍ମୀରରେ ବାହାର ରାଜ୍ୟର କୌଣସି ବ୍ୟକ୍ତି ଜମି, ଜାଗା, ସ୍ଥାବର ସମ୍ପତ୍ତି ବାଡ଼ି କ୍ରୟ କରିପାରିବେ ନାହିଁ । ଏହି ଧାରାର ଉଚ୍ଛେଦ ଲାଗି ଅନେକ ଦିନରୁ ଦାବି ହୋଇଆସୁଛି ।

Leave A Reply

Your email address will not be published.