Latest Odisha News

BREAKING NEWS

ମାତିଛି ‘ମେଡ୍ ଟାଇଗର’, ହ୍ୟାକ୍ ହେଲା ଏକାଧିକ ୱେବସାଇଟ୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ସଙ୍ଗଠନ ଏବଂ କଲେଜ ଗୁଡିକର ଏକାଧିକ ୱେବସାଇଟ ଶନିବାର ଦିନ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି ।

ହ୍ୟାକ୍ ହୋଇଥିବା ୱେବସାଇଟ ଗୁଡିକ ମଧ୍ୟରେ ଓଡିଶା ପ୍ରଶାସନିକ ସେବା ଅଧିକାରୀ ସଂଘ, ପୁରୀ ଶ୍ରୀମନ୍ଦିର ଦଇତାପତି ନିଯୋଗ ଏବଂ ଏକାଧିକ ସରକାରୀ କଲେଜର ୱେବସାଇଟ ରହିଛି । ୱେବସାଇଟ ଗୁଡିକର ହୋମ୍ ପେଜରେ ‘ମେଡ୍ ଟାଇଗର’ ଲେଖାଥିବା ନେଇ ସୂଚନା ମିଳିଛି ।

ଜଣେ ସାଇବର୍ ଏକ୍ସପର୍ଟଙ୍କ କହିବାନୁଯାୟୀ ହ୍ୟାକର୍ସ ମାନେ ଏହି ସବୁ ୱେବସାଇଟର ପାସୱାର୍ଡ କ୍ରାକ୍ କରିବାରେ ସଫଳ ହୋଇଛନ୍ତି । ଏଥିସହିତ ଏହି ସବୁ ୱେବସାଇଟର ସିକ୍ୟୁରିଟି ପାସୱାର୍ଡକୁ ମଝିରେ ମଝିରେ ଅପଡେଟ୍ କରାଯାଇନାହିଁ । ଫଳରେ ଏପରି ହୋଇଥାଇପାରେ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.