Latest Odisha News

BREAKING NEWS

‘ପଦ୍ମ ପୁରସ୍କାର’-୨୦୨୧: ଆସନ୍ତାକାଲି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା ହେବ ପଦ୍ମ ପୁରସ୍କାର । ତେବେ ଏଥିପାଇଁ ଅନଲାଇନ ଆବେଦନର ଶେଷ ତାରଖ ରହିଛି ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧୫ ।

ମେ ୧ରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇଥିଲା । ପଦ୍ମ ପୁରଷ୍କାର ମଧ୍ୟରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସାମିଲ ରହିଛି । ୧୯୫୪ରୁ ଆରମ୍ଭ ହୋଇଥିବା ପଦ୍ମ ପୁରସ୍କାର ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ପ୍ରଦାନ କରାଯାଏ ।

ଏହି ପୁରଷ୍କାର ବିଶିଷ୍ଟ କାର୍ଯ୍ୟ ପାଇଁ ଦିଆଯାଉଥିବା ବେଳେ ବିଶେଷ କରି କଳା, ସାହିତ୍ୟ, ଶିକ୍ଷା, ଖେଳ, ଚିକିତ୍ସା, ସାମାଜିକ କାର୍ଯ୍ୟ, ବିଜ୍ଞାନ, ଇଞ୍ଜିନିୟରିଂ, ସିଭିଲ୍‌ ସେବା, ବ୍ୟାପାର,ଉଦ୍ୟୋଗ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦିଆଯାଏ ।

Leave A Reply

Your email address will not be published.