Latest Odisha News

BREAKING NEWS

କ୍ୟାଥେରିନ୍‌ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ବିଏସପିର ପାଣ୍ଡେ ଜୀ !

ଆମ୍ବେଦକରନଗର: ଉତରପ୍ରଦେଶର ବିଏସପି ଏମପି ରିତେଶ ପାଣ୍ଡେ ଇଂଲଣ୍ଡର କ୍ୟାଥେରିନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ସୋସିଆଲ ସାଇଟରେ ବିବାହ ସମ୍ପର୍କରେ ସୂଚନା ଦେଇଛନ୍ତି । ଦୀର୍ଘ ଦିନ ଧରି ଆମେ ପରସ୍ପରକୁ ଭଲ ପାଇ ଆସୁଥିଲେ । ବାକି ତକ ଜୀବନ ଏକତ୍ର କାଟିବା ପାଇଁ ଆମେ ବିବାହ କରିଛୁ ବୋଲି ସେ କହିଛନ୍ତି । ଉଭୟଙ୍କ ପରିବାର ପକ୍ଷରୁ ଆମେ ଆଶୀର୍ବାଦ ପାଇଛୁ । ପାଣ୍ଡେ ଜୀ ଭାବେ ପରିଚିତ ରିତେଶ ୨୦୧୭ରେ ଜବଲପୁରରୁ ଓ ୨୦୧୯ରେ ଆମ୍ବେଦକରନଗରରୁ ବିଜୟ ହାସଲ କରିଥିଲେ ।

କ୍ୟାଥେରିନ୍ ମନୋଚିକିତ୍ସକ ଛାତ୍ରୀ ଏବଂ ତାଙ୍କ ବାପା ଇଂଲଣ୍ଡର ଜଣେ ଭଲ ଚିକିତ୍ସକ ଭାବେ ପରିଚିତ । ପାଣ୍ଡେଜୀ ଲଣ୍ଡନର ପାଠ ପଢ଼ୁଥିବା ବେଳେ କ୍ୟାଥେରିନଙ୍କ ସହ ବନ୍ଧୁତା ସ୍ଥାପନ ହୋଇଥିଲା । ସାରା ବିଶ୍ୱ ଏବେ କରୋନ ମହାମାରୀ ସହ ଲଢ଼ୁଥିବା ବେଳେ ଆମେ ଆମ ବିବାହ ନିରାଡମ୍ବରପୂର୍ଣ୍ଣ କରିବାକୁ ନିଷ୍ପତି ନେଇଥିଲୁ ।

Leave A Reply

Your email address will not be published.