Latest Odisha News

BREAKING NEWS

ଟୋକିଓ ଅଲିମ୍ପିକ୍ସରେ ଖେଳିବେନି ସେରେନା

ୱାଶିଂଟନ: ଆମେରିକାର ଲୋକପ୍ରିୟ ଟେନିସ ଖେଳାଳି ସେରେନା ୱିଲିୟମ୍ସ ଅଗାମୀ ଟୋକିଓ ଅଲିମ୍ପିକ୍ସରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏହା ସତ, ମୁଁ ଆମେରିକା ଟିମରେ ନାହିଁ ଏବଂ ଜାପାନ ଯାଉନାହିଁ, ୱମ୍ବେଲଡନର ଠିକ୍ ପୂର୍ବରୁ ୩୯ ବର୍ଷୀୟ ଏହି ଷ୍ଟାର ଖେଳାଳିଜଣଙ୍କ ଏହା କହିଛନ୍ତି । ତେବେ କେଉଁ କାରଣ ପାଇଁ ସେ ଏଥିରୁ ଓହରିଛନ୍ତି ତାହା ସ୍ପଷ୍ଟ କରି ନାହାନ୍ତି ।

୨୩ ଜୁଲାଇରୁ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବ । ରାଫେଲ ନାଡାଲ, ଡୋମିନିକ ଥିଏମଙ୍କ ପରେ ସେ ଏହି ମହାକୁମ୍ଭରୁ ଓହରି ଯାଇଛନ୍ତି । ରୋଜର ଫେଡେରର ୱିମ୍ବେଲଡନ ପରେ ଅଲିମ୍ପିକ୍ସରେ ଖେଳିବେ କି ନାହିଁ ସ୍ପଷ୍ଟ କରିବେ ।

Leave A Reply

Your email address will not be published.