କଟକ: ଗୋଟିଏ ଘରୁ ନୁହେଁ ପାଞ୍ଚ ପାଞ୍ଚ ଜଣଙ୍କ ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର । ବାଙ୍କୀରେ ହୋଇଛି ସିରିଜ ଚୋରି । ବୈଦେଶ୍ୱର ଥାନାଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂରରେ ଥିବା ବୈଦେଶ୍ୱର ଗାଁରୁ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟ୍ ଘଟଣା ସାମ୍ନାକୁ ଆସିଛି । ଏକକାଳୀନ ଗୋଟିଏ ରାତିରେ ପାଞ୍ଚ ଜଣଙ୍କ ଘରୁ ଲୁଟ ହୋଇଛି ।
ଏହି ଘଟଣା ବର୍ତ୍ତମାନ ବୈଦେଶ୍ୱର ଗ୍ରାମର ସମସ୍ତଙ୍କୁ ଆତଙ୍କିତ କରିଛି । ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି ।
ସୂଚନାମୁତାବକ, ଗୋଟିଏ ରାତିରେ ଘରେ କେହି ନ ଥିବାର ସୁଯୋଗ ପାଇ ତାଲା ଭାଙ୍ଗି ଘର ଭିତରକୁ ପଶିଥିଲେ । ଦୁର୍ବୃତ୍ତମାନେ ଘରେ ଥିବା ଆଲମାରୀ ଓ ଟ୍ରଙ୍କ ଭାଙ୍ଗି ନଗଦ ଲକ୍ଷାଧିକ ଟଙ୍କା ସହିତ ସୁନା ଗହଣା ଅଳଙ୍କାର ଲୁଟି ନେଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଗାଁରେ କେହି ଚୋରି ବିଷୟରେ ଜାଣିପାରିନଥିଲେ ।
Comments are closed.