Latest Odisha News

BREAKING NEWS

ଭଦ୍ରକରେ ସିରିଜ ଦୁର୍ଘଟଣା; ପଛକୁ ପଛକ ପିଟି ହେଲା ୩ଟି ଗାଡି, ଜଣେ ମୃତ

ଭଦ୍ରକ: ଭଦ୍ରକ ରେ ସିରିଜ୍‌ ଦୁର୍ଘଟଣା । ପଛକୁ ପଛକ ପିଟି ହେଲା ତିନୋଟି ଗାଡି । ଫଳରେ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତଙ୍କର ପରିଚୟ ମିଳିନାହିଁ । ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁପୁର ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଖବର ମୁତାବକ, ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ତେଲ ବୋଝେଇ ଟ୍ୟାଙ୍କର ପ୍ରଥମେ ଏକ ଟ୍ରଲରକୁ ଧକ୍କା ଦେଇଥିଲା । ପରେ ଟ୍ରଲରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ କାରକୁ ଧକ୍କା ଦେବା ସହ ରାଜପଥ ପାର୍ଶ୍ୱରେ ଥିବା ଏକ ଇଟା ଫ୍ୟାକ୍ଟ୍ରି ଭିତରେ ପଶିଯାଇଥିଲା । ଏହି ସମୟରେ ଜଣେ ବାଇକ ଆରୋହୀଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଛି ।

ଫଳରେ ଘଟଣାସ୍ଥଳରେ କିଛି ସମୟ ଧରି ଉତ୍ତେଜନା ଦେଖାଦେଇଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଖବରପାଇ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାରେ ସମସ୍ତ ଗାଡିକୁ ଜବତ ରଖି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.