ଭୁବନେଶ୍ୱର: ରାଜଧାନୀରେ ସିରିଜ୍ ଦୁର୍ଘଟଣା। କୁକୁଡ଼ା ଚିଆଁ ବୋଝେଇ ଗାଡ଼ିକୁ ପିଟିଲା ଟ୍ରକ୍। ଘଟଣାସ୍ଥଳରେ ଡ୍ରାଇଭର ମୃତ। ଦୁର୍ଘଟଣା ପରେ ଟ୍ରକ୍ ଫେରାର ହୋଇଯାଇଥିବା ସୂଚନା। ବରମୁଣ୍ଡା ଓଭରବ୍ରିଜ୍ରେ ଏକ ଦ୍ରୁତ ଗତିରେ ଯାଉଥିବା ଟ୍ରକ୍ ତାଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ରାତି ପ୍ରାୟ ୧୨.୧୦ ସମୟ ବେଳେ ଘଟିଛି ଏଭଳି ଦୁର୍ଘଟଣା।
ଅପରପକ୍ଷରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ୨ ପୋଲିସ୍ ଭ୍ୟାନ୍କୁ ଏକ ଟ୍ରେଲର ପିଟଛି। ପୋଲିସର ସ୍କର୍ପିଓ ଭ୍ୟାନ୍ଟି ଭାଙ୍ଗି ଚୂରମାର୍ ହୋଇଯାଇଛି। ସ୍କର୍ପିଓରେ ବସିଥିବା ଚାଳକଜଣକ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ଗାଡ଼ିଟି ଭାଙ୍ଗିରୁଜି ଯାଇଥିବା ବେଳେ ଚାଳକଜଣକ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଦୁର୍ଘଟଣା ବିଷୟରେ ତଦାରଖ କରିବା ବେଳେ ପଛପଟୁ ପିସିଆର ଭ୍ୟାନକୁ ପିଟିଥିଲା ଆଉ ଏକ ହାଇୱା । ଫଳରେ ପିସିଆର୍ ଭ୍ୟାନଟି ଦୂରକୁ ଛିଟିକି ଯାଇଥିଲା। ଗାଡ଼ି ଭିତରେ ଡ୍ରାଇଭର ଚିତ୍ତ ପଟ୍ଟନାୟକ ରହିଥିଲେ। ଏହି ଦୁର୍ଘଟଣାରେ ଚିତ୍ତ ପଟ୍ଟନାୟକ ଗୋଡ଼ ଭାଙ୍ଗିଯିବା ସହ ଅଣ୍ଟାରେ ଗଭୀର ଆଘାତ ଲାଗିଛି। ଏହାସହ ଶରୀରରେ ଗଭୀର ଆଘାତ ମଧ୍ୟ ଲାଗିଛି। ସେହିଭଳି ଦୁର୍ଘଟଣା ବେଳେ ହୋମଗାର୍ଡ ମନୋଜ କୁମାର ମେହେରଙ୍କ ଉପରେ ଛିଟିକି ପଡ଼ିଥିଲା ପିସିଆର ଭ୍ୟାନ। ଯେଉଁଥିରେ ତାଙ୍କ ତାଙ୍କର ଗୋଡ଼, ମୁଣ୍ଡ ଆଉ ଛାତିରେ ଗଭୀର ଆଘାତ ଲାଗିଛି । ପ୍ରଥମେ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ଘଟାଇ ଫେରାର ହେବାବେଳେ ଗାଡ଼ିକୁ ଧରିଛି କମିଶନରେଟ ପୋଲିସ।
Comments are closed.