Latest Odisha News

BREAKING NEWS

ବାଲେଶ୍ୱର: ସୋରରେ ସିରିଜ ଦୁର୍ଘଟଣା, ୨ ଗୁରୁତର ଆହତ

ସୋର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସୋରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ଦୁର୍ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ୧୬ ନମ୍ବର ଜାତୀୟ ରାଜପଥର ଛପୋଲିଆ ନିକଟରେ ଏକ କାର୍ କୌଣସି କାରଣବଶତଃ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ କାରରେ ଥିବା ୨ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ନେଇ ଜଣାପଡିଛି ।

ଅନ୍ୟପକ୍ଷରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତମାନଙ୍କୁ ଉଦ୍ଧାର କରୁଥିବା ବେଳେ ଏହି ସମୟରେ ଅନ୍ୟପଟୁ ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରକ୍ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ପୋଲିସ ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ଟ୍ରକ୍ ଓ ପୋଲିସ ଗାଡ଼ିଟି ଭାଙ୍ଗି ରୁଜି ଚୁରମାର୍ ହୋଇଯାଇଥିବା ନେଇ ସୂଚନା ମିଳିଛି ।

ତେବେ ପୋଲିସ କର୍ମଚାରୀ ମାନେ ସେହି ସମୟରେ ଉଦ୍ଧାର କାର୍ଯ୍ୟରେ ଲାଗିଥିôବାବେଳେ ସେମାନେ ଏକ ସମ୍ଭାବ୍ୟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଥିସହିତ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରି ଏକ ତଦନ୍ତ ଆରମ୍ଭ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.