Latest Odisha News

BREAKING NEWS

ଭୀମସାର ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ, ଛୁଟିରେ ଯିବାକୁ ନିର୍ଦ୍ଦେଶ

ସମ୍ବଲପୁର: ବୁର୍ଲ୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର‌୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର)ର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରିଙ୍କୁ ଓଡ଼ିଶା ସରକାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି, ଏହାସହିତ ତାଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ମଙ୍ଗଳ ବିଭାଗର କମିଶନର ତଥା ସଚିବ ପ୍ରମୋଦ ମେହେର୍ଦ୍ଦା ତାଙ୍କୁ ଏନେଇ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ଯେପର୍ଯ୍ୟନ୍ତ ସେ ସେ କୌଣସି ଉତ୍ତର ପ୍ରଦାନ କରିନାହାନ୍ତି ଏବଂ ସମସ୍ୟା ସମାଧାନ ହେବା ପର୍ଯ୍ୟନ୍ତ ଛୁଟିରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏତଦ୍ ବ୍ୟତୀତ ଏହି କାରଣ ଦର୍ଶାଅ ନୋଟିସର ଉତ୍ତର ତିନି ଦିନ ମଧ୍ୟରେ ପ୍ରଦାନ କରିବାକୁ କହାଯାଇଥିବା ବେେଳେ ଏହି ବିଜ୍ଞପ୍ତିରେ ପୁଜାହାରିଙ୍କୁ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

“ଭୀମସାରର କନିଷ୍ଠ ଡ଼ାକ୍ତର ସଂଘ, ଓଡ଼ିଶା ମେଡ଼ିକାଲ ଶିକ୍ଷକ ସଂଘ ଏବଂ ଅନୁଷ୍ଠାନର କିଛି କର୍ମଚାରିଙ୍କ ଅଭିଯୋଗ ଅନୁଯାୟୀ ଏସମ୍ପର୍କରେ ସମସ୍ତ ରିପୋର୍ଟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗରେ ଦାଖଲ କରିବି । ମୁଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶପତ୍ରକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ସମ୍ମାନର ସହିତ ଏହାର ଉତ୍ତର ପ୍ରଦାନ କରିବି । ଏହି ଅନୁଷ୍ଠାନ ପରିଦର୍ଶନ ପରେ ମୁଁ ତଦନ୍ତ କମିଟିକୁ ସମସ୍ତ ରିପୋର୍ଟ ଦାଖଲ କରିଥିଲି । ଏସମ୍ପର୍କରେ ସରକାରଙ୍କୁ ଅବଗତ କରିବା ହେତୁ ମୁଁ ପୁନର୍ବାର ରିପୋର୍ଟ ଦାଖଲ କରିବି ଏବଂ ସରକାର ଏସମ୍ପର୍କରେ ଯେଉଁ ନିଷ୍ପତ୍ତି ନେବେ ସେହି ଅନୁଯାୟୀ ମୁଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି,”ବୋଲି କହିଛନ୍ତି ଭୀମସାରର ନିର୍ଦ୍ଦେଶକ ଅଶ୍ୱିନୀ ପୁଜାହାରି ।

Leave A Reply

Your email address will not be published.