Latest Odisha News

BREAKING NEWS

ମଙ୍ଗଳପୁର ବଜାରରେ ସିରିଜ୍ ଚୋରି, ପୋଲିସର ରାତ୍ରି ପାଟ୍ରୋଲିଂ ଉପରେ ପ୍ରଶ୍ନ

ଯାଜପୁର: ଦଶରଥପୁର ବ୍ଲକର ମଙ୍ଗଳପୁର ବଜାରରେ ମାତିଛନ୍ତି ଲୁଟେରା । ବଡ଼ ଚତୁରତାର ସହ ଦୋକାନ ଗୁଡ଼ିକର ସ୍କାଏ ଲାଇଟ୍ ଓ ଆଜବେଷ୍ଟସ୍ ଭାଙ୍ଗି ଦୋକାନ ଭିତରେ କଳାକନା ବୁଲେଇ ଦେଉଛନ୍ତି । ମେଡିସିନ୍ ଦୋକାନ, ଜନସେବା କେନ୍ଦ୍ର, ଭେରାଇଟ୍ ଷ୍ଟୋର ଏବଂ ଲୁଗା ଦୋକାନ ଆଦିକୁ ଟାର୍ଗେଟ୍ କରୁଛନ୍ତି ଲୁଟେରା । ଶ୍ରୀରାମପୁର ରାସ୍ତା ତଥା ମହିଳା ମହାବିଦ୍ୟାଳୟ ନିକଟସ୍ଥ ଏକ ଲୁଗା ଦୋକାନରୁ ଚୋରି ହୋଇଛି ।

ଉକ୍ତ ଦୋକାନର ସ୍କାଏ ଲାଇଟ୍ ଭାଙ୍ଗି ପାଖାପାଖି ୫ ଲକ୍ଷ ଟଙ୍କାର ଲୁଗାପଟା, ଟଙ୍କା ଏବଂ ଏକ ସୁନା ଚେନ୍ ଚୋରି ହୋଇଥିବା ମଙ୍ଗଳପୁର ଥାନାରେ ଅଭଯୋଗ ହୋଇଛି । ବିଳମ୍ବିତ ରାତିରେ ଆଉ ୨ଟି ଔଷଧ ଦୋକାନରୁ ଚୋରି ହୋଇଥିବା ଜଣାପଡ଼ିଛି । ଥାନା ଠାରୁ ମାତ୍ର ଶହେ ମିଟର ଦୂର ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ୨ଟି ଔଷଧ ଦୋକାନର ଉପର ଆଜବେଷ୍ଟସ୍ ଭାଙ୍ଗି ଶିଶୁ ଖାଦ୍ୟ, ପ୍ରୋଟିନ ପାଉଡର, କିଛି ନିର୍ଦ୍ଧିଷ୍ଟ ଔଷଧ ଓ ଟଙ୍କା ନେଇ ଯାଇଛନ୍ତି ଲୁଟେରା ।

ଏନେଇ ଭିନ୍ନ ଭିନ୍ନ ଅଭିଯୋଗ ହେବା ପରେ ମଙ୍ଗଳପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ଥାନା ଅଧିକାରୀ ରୀନାରାଣି ସାହୁ ବିଭିନ୍ନ ଟିମ୍ ଗଠନ କରିବା ସହ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରୁଛନ୍ତି । ଲୁଟେରାଙ୍କୁ ଧରିବାକୁ ପୋଲିସର ଏକ ଟିମ୍ ଭଦ୍ରକ ଯାଇଛି । ମଙ୍ଗଳପୁର ବଜାରରେ ଚୋରି ବଢ଼ୁଥିବା ବେଳେ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼଼ି କରିବାକୁ ଦାବି କରିଛନ୍ତି ଲୋକେ ।

Leave A Reply

Your email address will not be published.