Latest Odisha News

BREAKING NEWS

ଗୋପରେ ଓଲଟିଲା ବିଜେପିର ରିଲିଫ୍ ଡଙ୍ଗା

ପୁରୀ: ସାରା ରାଜ୍ୟରେ ବନ୍ୟାର ବିଭୀଷିକା ଦେଖାଦେଇଛି । ଏହା ମଧ୍ୟରେ ରିଲିଫ ବାଣ୍ଟିବାକୁ ଯାଉଥିବା ବେଳେ ଡଙ୍ଗା ଓଲଟିପଡିବାର ଖବର ସାମ୍ନାକୁ ଆସିଛି । ଗତକାଲି ଗୋପ ବ୍ଲକରୁ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଥିଲା  ।  ଗୋପ ବ୍ଲକ ନାଗପୁର ପଞ୍ଚାୟତରେ ଡଙ୍ଗାଟି  ଓଲଟିପଡିଛି ।

କିନ୍ତୁ ଡଙ୍ଗା ଓଲଟିବାରୁ କାହାର କିଛି କ୍ଷତି ହୋଇନାହିଁ । ଗୋପ ବ୍ଲକର ନାଗପୁର ପଞ୍ଚାୟତର ଖଣ୍ଡିଆକୁଦା ଠାରେ ହୋଇଥିବା ଘାଇରେ ଖଣ୍ଡିଆକୁଦ ସମେତ  ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ବିଜେପି ରାଜ୍ୟ ଉପସଭାନେତ୍ରୀ ପ୍ରଭାତି ପରିଡା ଓ ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇଙ୍କ ସହ କିଛି କର୍ମୀ ରିଲିଫ ବାଣ୍ଟିବାକୁ ଆସିଥିଲେ ।

ପାୱର ବୋଟରେ ପ୍ରଭାତି ପରିଡା ଓ ପୂର୍ବତନ ସାଂସଦଙ୍କ ସମେତ ଅନ୍ୟ କିଛି କର୍ମୀ ଥିବାବେଳେ ଅନ୍ୟ ଏକ ଡଙ୍ଗାରେ ୨୫ ରୁ ଅଧିକ ବିଜେପି କର୍ମୀ ଥିଲେ । କିନ୍ତୁ ଡଙ୍ଗାଟି  ବନ୍ୟାସ୍ରୋତରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଓଡ୍ରାଫ ଟିମର କର୍ମଚାରୀମାନେ ସମସ୍ତଙ୍କୁ ଉଦ୍ଧାର କରିଥିଲେ  । ଏହି ଅଘଟଣରେ ଡଙ୍ଗାରେ ଥିବା ବିଜେପି କର୍ମୀ ମାନଙ୍କ କଛି କ୍ଷତି ହୋଇନଥିବାର ସୂଚନା ନିଳିଛି  ।

Leave A Reply

Your email address will not be published.