Latest Odisha News

BREAKING NEWS

ଶକ୍ତିଶାଳୀ ବିସ୍ଫୋରଣରେ ୨୦ ମୃତ, ୪୦୦ରୁ ଅଧିକ ଆହତ

ଇକ୍ୱେଟୋରିଆଲ୍ ଗିନିର ମିଲିଟାରୀ ବାରାକରେ ସିରିଏଲ୍ ବିସ୍ଫୋରଣ । ଏଥିରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୪୦୦ରୁ ଅଧିକ । ବାଟା ସହରରେ ଥିବା ମିଲିଟାରୀ ବାରାକରେ ଏହି ବିସ୍ଫୋରଣ ହୋଇଥିଲା । ରାଷ୍ଟ୍ରପତି ଟିୟୋଦୋର ଓବେୟାଙ୍ଗ କହିଛନ୍ତି, ଡିନାମାଇଟ୍ ବ୍ୟବହାରର ତ୍ରୁଟିରୁ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ବାଟା ସହରରେ ଅଧିକାଂଶ ଘର ଓ ବିଲଡିଂ କ୍ଷତିଗ୍ରସ୍ତ ହୋଇଛି । କେମିତି ଓ କେଉଁ ପରିସ୍ଥିତିରେ ବିସ୍ଫୋରଣ ହେଲା ତାର ତଦନ୍ତ ଚାଲିଛି ।

Leave A Reply

Your email address will not be published.