Latest Odisha News

BREAKING NEWS

ନିର୍ବାଚନୀ ମାହୋଲ ଭିତରେ ଆଜିଠୁ ପାର୍ଲାମେଣ୍ଟ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ: ପାର୍ଲାମେଣ୍ଟ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେଉଛି । ଆସନ୍ତା ଏପ୍ରିଲ ୮ ତାରିଖ ଯାଏ ଚାଲିବ । ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପ୍ରଚାର ଭିତରେ ଚଳିତ ସେସନ୍ ସରଗରମ ହେବ । ସଂସଦ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥ ବିଧେୟକ ଓ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅନୁଦାନକୁ ପାସ କରାଇବା ଉପରେ ସରକାରଙ୍କ ଫୋକସ ରହିବ ।

ଏହା ବ୍ୟତୀତ ଏହି ଅଧିବେଶନରେ ଅନେକ ବିଲ୍ ପାରିତ କରିବାକୁ ଯୋଜନା ରଖିଛନ୍ତି ସରକାର । ଏହା ଭିତରେ ରହିଛି ପେନସନ୍ ପାଣ୍ଠି ପାଣ୍ଠି ନିୟାମକ ଓ ବିକାଶ ପ୍ରାଧିକରଣ (ସଂଶୋଧନ) ବିଲ୍, ବିଦ୍ୟୁତ୍ (ସଂଶୋଧନ) ବିଲ୍, କ୍ରିପ୍ଟୋ କରେନ୍ସୀ ଏଣ୍ଡ ରେଗୁଲେସନ୍ ଅଫ୍ ଅଫିସିଆଲ୍ ଡିଜିଟାଲ୍ କରେନ୍ସୀ ବିଲ୍ ପ୍ରମୁଖ ।

ଚାରିଟି ରାଜ୍ୟ  ଓଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟ୍ ସମୟରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି । ନିର୍ବାଚନୀ ପ୍ରଚାରର ହାଓ୍ୱା ବି ପାର୍ଲାମେଣ୍ଟରେ ଦେଖିବାକୁ ମିଳିପାରେ । ବିଶେଷ କରି ପଶ୍ଚିମବଙ୍ଗ ଓ ଆସାମ ସହ ଜଡିତ ଅନେକ ପ୍ରସଙ୍ଗରେ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇପାରନ୍ତି । ସେହିପରି ପ୍ରଚାର ପାଇଁ ବହୁ ଆଞ୍ଚଳିକ ଦଳର ବରିଷ୍ଠ ନେତା ଅଧିବେଶନରେ ଅନୁପସ୍ଥିତ ରହିବେ ।

ସେହିପରି ସରକାରଙ୍କୁ ଘେରିବା ପାଇଁ ରଣନୀତି କରିଛନ୍ତି ବିରୋଧୀ । ବିଶେଷ କରି ଚାଷୀ ଆନ୍ଦୋଳନ ଓ ଦରଦାମ୍ ବୃଦ୍ଧି ପ୍ରସଙ୍ଗକୁ ସଂସଦରେ ଉଠାଇବେ ବିରୋଧୀ । ଗତକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦଳୀୟ ସାଂସଦଙ୍କ ବୈଠକରେ ବିଚାରବିମର୍ଶ କରିଛନ୍ତି । ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁୟାରୀ ୨୯ତାରିଖରୁ ଫେବୃଆରୀ ୧୩ ତାରିଖ ଯାଏ ଚାଲିଥିଲା ।

Leave A Reply

Your email address will not be published.