Latest Odisha News

BREAKING NEWS

Serious allegations against SCB Medical:ମେଡିକାଲ ବିରୋଧରେ ସାଂଘାତିକ ଅଭିଯୋଗ;ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା !

କଟକ:ମାନସିକ ରୋଗୀଙ୍କୁ ପିଟିପିଟି ମାରିଦେଇଥିବା ହତ୍ୟା ଅଭିଯୋଗ । SCB ମେଡିକାଲର ମାନସିକ ରୋଗ ବିଭାଗରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଜଣେ ମାନସିକ ରୋଗୀଙ୍କୁ ହସ୍ପିଟାଲରେ ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମୃତକ ଜଣଙ୍କ ହେଲେ ଯାଜପୁର ଅଞ୍ଚଳର ଶ୍ରୀକାନ୍ତ ଦାସ ।

କଟକ ମଙ୍ଗଳାବାଗ ଥାନାରେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

ଯାଜପୁର ଅଞ୍ଚଳର ମାନସିକ ରୋଗୀ ଶ୍ରୀକାନ୍ତ ଦାସ ମଦ୍ୟପାନ କରିଥିବା ସମୟରେ ଗତକାଲି ତାଙ୍କୁ ସୁରକ୍ଷାକର୍ମୀ ଓ ଅଟେଣ୍ଡାଣ୍ଟ ମାଡ଼ ମାରି କ୍ଷତବିକ୍ଷତ କରିଥିବା ଅଭିଯୋଗ ହୋଇଛି। ଗତକାଲି ଏହି ଘଟଣା ଘଟିଥିବା ବେଳେ ଆଜି ସକାଳେ ଶ୍ରୀକାନ୍ତ ଦାସ ମୃତ୍ୟୁ ଘଟିଛି।

ମଙ୍ଗଳାବାଗ ଥାନାରେ ପରିବାର ପକ୍ଷରୁ ମାମଲା ରୁଜୁ ହୋଇଛି। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ପ୍ରକୃତରେ ରୋଗୀଙ୍କ ମୃତ୍ୟୁ କେମିତି ହେଲା, ମୃତ୍ୟୁ ପୂର୍ବରୁ ତାଙ୍କ ସହ କ’ଣ ଘଟିଥିଲା ଏବଂ ଅଭିଯୋଗରେ କେତେ ସତ୍ୟତା ରହିଛି ତାହା ପୋଲିସ ତଦନ୍ତ କରୁଛି ।

 

Leave A Reply

Your email address will not be published.