Latest Odisha News

BREAKING NEWS

ଅଜବ ଚର୍ମରୋଗ: ହାତ,ପାଦରେ ବଢୁଛି ଉଦ୍ଭିଦ ଭଳି ଚର୍ମ , ଅଚଳ କରିଦେଉଛି ମଣିଷକୁ

ବାଂଲାଦେଶ : କଥାରେ ଅଛି ଶରୀର ଅଛି ତ ରୋଗ ଅଛି । ଅନେକଙ୍କ ଶରୀରରେ ଭିନ୍ନ ଭିନ୍ନ ରୋଗ ରହିଥାଏ । ଯାହାକୁ ନେଇ ଲୋକେ ଚିନ୍ତିତ ହେବା ସହ ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରିଥାନ୍ତି । ପରେ ସୁସ୍ଥ ହୋଇଥାନ୍ତି । କିନ୍ତୁ ବାଙ୍ଗଲାଦେଶରେ ଏମିତି କିଛି ଅଜବ ରୋଗ ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଅଜବ ରୋଗରେ ଆକ୍ରାନ୍ତ ଲୋକଙ୍କ ହାତ ଓ ପାଦରେ ଉଦ୍ଭିଦ ଭଳି ଚର୍ମ ବଢୁଥିବା ନଜର ଆସୁଛି ।

ବାଂଲାଦେଶର ବାସିନ୍ଦା ଶାହାନା ଖତୁନ୍ । ବୟସ ମାତ୍ର ୧୦ ବର୍ଷ । ୫ବର୍ଷ ପୂର୍ବେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ । ଧୀରେ ଧୀରେ ତାଙ୍କ ମୁହଁରେ ଗଛର ଛାଲ ପରି ଦେଖିବାକୁ ମିଳିଲା । କିଛି ଦିନ ମଧ୍ୟରେ ଏହା ଭଲ ହୋଇଯିବ ଭାବି ତାଙ୍କ ଘରଲୋକେ ହାଲ୍‌କା ଭାବେ ନେଇଥିଲେ । କିନ୍ତୁ ଏହା ଭଲ ହେବା ବଦଳରେ ବ୍ୟାପିବାକୁ ଲାଗିଲା । ପରିବାର ଲୋକେ ତାଙ୍କୁ ଡ଼ାକ୍ତରଖାନା ନେବାରୁ ଜାଣିବାକୁ ପାଇଲେ ଯେ ସେ ଟ୍ରି ମ୍ୟାନ୍ ସିଣ୍ଡ୍ରୋମରେ ପୀଡିତ । ଦୁନିଆର ପ୍ରଥମ ଝିଅ ଯିଏ କି ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ । ଶାହାନା ପୂର୍ବରୁ, ଦୁନିଆର କେବଳ ଅଳ୍ପ କିଛି ଲୋକ ଏହାର ପ୍ରଭାବରେ ଆସିଥିଲେ, ସମସ୍ତେ ପୁରୁଷ ଥିଲେ ।

ଡାକ୍ତରଙ୍କ କହିବା କଥା, ଏହା ଏକ ବିରଳ ଜେନେଟିକ୍ ରୋଗ, ଯେଉଁଥିରେ ମଣିଷର ହାତ ଓ ପାଦରେ ଗଛ ଛାଲ ପରି ଚର୍ମ ବଢୁଥିବା ଦେଖା ଯାଇଥାଏ । ବିଶେଷକରି ଏହା ହାତ ଏବଂ ପାଦରେ ବେଶୀ ହୋଇଥାଏ । ବିଜ୍ଞାନର ଭାଷାରେ ଏହାକୁ ଏପିଡର୍ମୋଡାଇସପ୍ଲାସିଆ ଭେରୁସିଫର୍ମିସ୍ କୁହାଯାଏ । ଏହି ରୋଗରେ ଆକ୍ରାନ୍ତ ହେଲେ ଏହା ରୋଗୀଙ୍କୁ ଅସହାୟ କରିଦିଏ । ସେହିପରି ବାଂଲାଦେଶର ଅବୁଲ ବଜନ୍ଦର ମଧ୍ୟ ଏହି ରୋଗରେ ପିଡ଼ିତ । ୨୦୧୬ ମସିହାରେ ତାଙ୍କ ହାତ ଓ ପାଦରେ ଗଛ ଛାଲ ପରି ବଢିବାକୁ ଲାଗିଲା । ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ । କିଛି ଦିନ ସେଠାରେ ରହି ଚିକିତ୍ସିତ ହୋଇଥିଲେ । ସେ ଦିନେ ଡ଼ାକ୍ତରଖାନାରୁ ଲୁଚି ପଳାଇ ଆସିଲେ । ଫଳସ୍ୱରୂପ ଏହି ରୋଗ ତାଙ୍କ ହାତଗୋଡ଼ରେ ବ୍ୟାପିଗଲା । ଏମିତି କି ୧୦ କିଲୋଗ୍ରାମ ପର୍ଯ୍ୟନ୍ତ ବଢିଗଲା । ଘରଲୋକ ପୁନର୍ବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାୟ ୨୬ ଟି ଅସ୍ତ୍ରୋପଚାର ପରେ ଏହା ହଟାଇ ଦିଆଯାଇପାରିଛି । ଏହି ରୋଗରେ ଆକ୍ରାନ୍ତମାନଙ୍କ ପାଇଁ ସରକାରଙ୍କ ତରଫରୁ ମାଗଣା ଚିକିତ୍ସାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ଏହି ରୋଗରେ କେତେ ଆକ୍ରାନ୍ତ ହୋଇଛନ୍ତି ତାହା ସ୍ପଷ୍ଟ ଜଣାପଡ଼ିନାହିଁ । କିନ୍ତୁ ୨୦୦ ରୁ ଅଧିକ ମାମଲା ପଞ୍ଜୀକୃତ ହୋଇଛି । ଏହା ଏତେ ଯନ୍ତ୍ରଣାଦାୟକ ଯେ, ରୋଗୀ କୌଣସି କାମ କରିବା ଅସମ୍ଭବ ହୋଇଯାଏ । ଜେନେଟିକ୍ ଏବଂ ବିରଳ ରୋଗ ସୂଚନା କେନ୍ଦ୍ର ଅନୁଯାୟୀ ଏଭଳି ରୋଗୀ ଆରୋଗ୍ୟ ହୋଇପାରିବ ନାହିଁ । ସର୍ଜରୀ ହେଉଛି ଏକମାତ୍ର ବିକଳ୍ପ, ଯାହା ବ୍ୟବହାର କରି ଡାକ୍ତରମାନେ ଅବାଞ୍ଛିତ ଅଂଶକୁ ବାହାର କରନ୍ତି । କିନ୍ତୁ ଏହା ପୁଣି ଥରେ ହୋଇଥାଏ । ଏହି କାରଣରୁ ଏହାକୁ ବାରମ୍ବାର ଅସ୍ତ୍ରୋପଚାର କରିବାକୁ ପଡ଼େ । ଯଦି ଏହି ରୋଗର ସଠିକ୍ ଚିକିତ୍ସା କରା ନ ଯାଏ, ତେବେ ଏହା କର୍କଟରେ ପରିଣତ ହେବାର ସମ୍ଭାବନା ରହିଛି ।

 

Comments are closed.