Latest Odisha News

BREAKING NEWS

ଦେଶବ୍ୟାପୀ ଟିକା ପରିବହନ, ବିଭିନ୍ନ ରାଜ୍ୟକୁ ପଠାଯାଉଛି ୫୬ଲକ୍ଷ ଡୋଜ୍

ନୂଆଦିଲ୍ଲୀ: ୧୬ ତାରିଖରେ କରୋନା ବିରୋଧୀ ଲଢ଼େଇରେ ମହାଅଭିଯାନ ଆରମ୍ଭ କରିବ ଭାରତ । ଟିକାକରଣ ପୂର୍ବରୁ ଆରମ୍ଭ ହୋଇଛି ଟିକା ପରିବହନ । ଆଜି ଦେଶର ବିଭିନ୍ନ ରାଜ୍ୟକୁ ପରିବହନ ଆରମ୍ଭ ହୋଇଛି । ପୁଣେରୁ ବିମାନ ଯୋଗେ ପଠାଯାଉଛି ୫୬.୫ଲକ୍ଷ ଡୋଜ୍ କରୋନା ଟିକା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ।

ଏୟାର ଇଣ୍ଡିଆ, ସ୍ପାଇସ୍ ଜେଟ୍ ଓ ଇଣ୍ଡିଗୋର ୯ଟି ବିମାନ ଟିକା ପରିବହନରେ ନିୟୋଜିତ ଅଛନ୍ତି । ପୁଣେରୁ ଆଜି ଦିଲ୍ଲୀ, ଚେନ୍ନାଇ, କୋଲକାତା, ଗୁଆହାଟୀ, ଶିଲଂ, ଅହମ୍ମଦାବାଦ, ହାଇଦ୍ରାବାଦ, ବିଜୟଓ୍ୱାଡା, ଭୁବନେଶ୍ୱର, ପାଟଣା, ବେଙ୍ଗାଳୁରୁ, ଲକ୍ଷ୍ନୌ ଓ ଚଣ୍ଡିଗଡ଼କୁ ପଠାଯାଉଛି ଟିକା ।

Leave A Reply

Your email address will not be published.