Latest Odisha News

BREAKING NEWS

ସେପ୍ଟେମ୍ବରରୁ ଦେଶରେ ସ୍ପୁଟନିକ୍ ଭି ଟିକା ଉତ୍ପାଦନ ଆରମ୍ଭ କରିବ ସେରମ୍

ନୂଆଦିଲ୍ଲୀ: ସେରମ୍‌ରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ସ୍ପୁଟ୍‌ନିକ୍‌ ଭି ଟିକା ଉତ୍ପାଦନ। ରୁଷର ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାରତରେ ସ୍ପୁଟ୍‌ନିକ୍‌ ଭି ଟିକା ଉତ୍ପାଦନ ଆରମ୍ଭ କରିବାକୁ ଯୋଜନା କରିଥିବା ଘୋଷଣା କରାଯାଇଛି।

ସେପ୍ଟେମ୍ବରରୁ ସେରମ୍ ସ୍ପୁଟ୍‌ନିକ୍‌ ଭି ଟିକା ର ପ୍ରଥମ ବ୍ୟାଚ୍ ଉତ୍ପାଦନ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହାସହିତ ପ୍ରତିବର୍ଷ ଭାରତରେ ୩୦୦ ନିୟୁତରୁ ଅଧିକ ସ୍ପୁଟ୍‌ନିକ୍‌ ଭି ଟିକା ଉତ୍ପାଦନ କରିବାକୁ ଯୋଜନା ରଖାଯାଇଥିବା ଜଣାପଡ଼ିଛି।

ସେରମ୍‌ ପୂର୍ବରୁ କୋଭିଶିଲ୍ଡ ଟିକା ପ୍ରସ୍ତୁତ କରୁଛି। ସେରମ୍‌ ବ୍ରିଟେନରେ କୋଡାଜେନିକ୍ସର ପରୀକ୍ଷା ମଧ୍ୟ କରୁଛି।

ଆରଡିଆଇଏଫ୍ ପୂର୍ବରୁ ରୁଷ୍‌ର ଟିକା ଉତ୍ପାଦନ ପାଇଁ ଭାରତର ଅନେକ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ସହିତ ଚୁକ୍ତି କରିଥିଲା।

Comments are closed.