ଭୁବନେଶ୍ୱର: ସାଧାରଣ ଜନତା, ବିଶେଷକରି ଯାତ୍ରୀମାନଙ୍କ ସୁବିଧା ତଥା ଗୁରୁତ୍ୱପୂର୍ଣ୍ଣ ରେଳ ମାର୍ଗର ଚାହିଦାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ଅଧୀନରେ ଓଡିଶା ଦେଇ ଯାଉଥିବା ସ୍ୱତନ୍ତ୍ର ଟ୍ରେନର ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ଶୀତଋତୁରେ ଯାତ୍ରୀଙ୍କ ପ୍ରବଳ ଭିଡ କୁ କମ୍ କରିବାପାଇଁ ରେଳବାଇ ପକ୍ଷରୁ ବିଭିନ୍ନ ଗନ୍ତବ୍ୟ ସ୍ଥଳ ପାଇଁ ଆହୁରି କିଛି ବିଶେଷ ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଥିବା ଆଜି (ବୁଧବାର) ପୂର୍ବ ତଟ ରେଳବାଇ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ।
ଏହି ସ୍ପେଶାଲ ଟ୍ରେନ୍ ଗୁଡିକ ହେଲା..
ପୁରୀ-ପାଟନା-ପୁରୀ ସ୍ପେଶାଲ ୦୮୪୩୯/୦୮୪୪୦ ପୁରୀ-ପାଟନା-ପୁରୀ ସ୍ପେଶାଲ ପ୍ରତ୍ୟେକ ଶନିବାର ଦିନ ପୁରୀରୁ ମଧ୍ୟାହ୍ନ ୨ ଟା ୫୫ ମିନିଟ୍ ରେ ବାହାରିବ ଏବଂ ପ୍ରତ୍ୟେକ ରବିବାର ଦିନ ମଧ୍ୟାହ୍ନ ୧ ଟା ୪୫ ମିନିଟ୍ ସମୟରେ ପାଟନା ଛାଡୁଥିବା ଏହି ଟ୍ରେନ୍ ବର୍ତ୍ତମାନ ୩୦ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।
ଭୁବନେଶ୍ୱର-ଧନବାଦ୍-ଭୁବନେଶ୍ୱର ସ୍ପେଶାଲ୍:
୦୨୮୩୨/୦୨୮୩୧ ଭୁବନେଶ୍ୱର-ଧନବାଦ୍-ଭୁବନେଶ୍ୱର ସ୍ପେଶାଲ ପୁରୀରୁ ସଂଧ୍ୟା ୮ ଟା ୨୫ ମିନିଟ ଏବଂ ପାଟନା ଠାରୁ ଅହରାହ୍ନ 4ଟା ରେ ଛାଡିବ । ବର୍ତ୍ତମାନ ଏହି ଟ୍ରେନ୍ ୩୦ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।
ପୁରୀ-ଭଞ୍ଜପୁର-ପୁରୀ ସ୍ପେଶାଲ୍:
୦୮୦୧୧/୦୮୦୧୨ ଭଞ୍ଜପୁର (ବାରିପଦା)-ପୁରୀ-ଭଞ୍ଜପୁର ସ୍ପେଶାଲ ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଭଞ୍ଜପୁର ଛାଡି ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାର ଦିନ ପୁରୀ ଛାଡିବ । ଏହାକୁ ଡିସେମ୍ବର ୨୦ ତାରିଖ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ସାନ୍ତ୍ରାଗାଛି-ପୁରୀ-ସାନ୍ତ୍ରାଗାଛି ସ୍ପେଶାଲ:
୦୨୮୩୭/୦୨୮୩୮ ସାନ୍ତ୍ରାଗାଛି-ପୁରୀ-ସାନ୍ତ୍ରାଗାଛି ସ୍ପେଶାଲ୍ ପ୍ରତ୍ୟେକ ଶୁକ୍ରବାର ଦିନ ସାନ୍ତ୍ରାଗାଛି ଛାଡି ପୁରୀରେ ପହଞ୍ଚିବ ଏବଂ ପ୍ରତ୍ୟେକ ଶନିବାର ଦିନ ପୁରୀ ଛାଡି ସାନ୍ତ୍ରାଗାଛିରେ ପହଞ୍ଚିବ । ଏହାକୁ ୩୦ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ସମ୍ବଲପୁର-ଏରୋଡ-ସମ୍ବଲପୁର ସ୍ପେଶାଲ:
୦୮୩୧୧/୦୮୩୧୨ ସମ୍ବଲପୁର-ଏରୋଡ-ସମ୍ବଲପୁର ସ୍ପେଶାଲ ପ୍ରତ୍ୟେକ ବୁଧବାର ଦିନ ସମ୍ବଲପୁରରୁ ବାହାରିବ ଏରୋଡରେ ପହଞ୍ଚିବ ଏବଂ ପ୍ରତ୍ୟେକ ଶୁକ୍ରବାର ଦିନ ଏରୋଡ ଛାଡୁଥିବା ଏହି ବିଶେଷ ଟ୍ରେନ୍ ବର୍ତ୍ତମାନ ମାର୍ଚ୍ଚ ୧ ତାରିଖ ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ ।
୦୮୫୭୯/୦୮୫୮୦ ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେସାଲ୍ ବୁଧବାର ଦିନ ବିଶାଖାପାଟନମ୍ ଛାଡି ସିକନ୍ଦରାବାଦରୁ ପ୍ରତି ଗୁରୁବାର ଦିନ ଛାଡୁଥିବ ଟ୍ରେନ୍ ବର୍ତ୍ତମାନ ଫେବୃଆରୀ ୧, ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ ।
୦୮୫୮୩/୦୮୫୮୪ ବିଶାଖାପାଟନମ୍-ତିରୁପତି-ବିଶାଖାପାଟନମ୍ ସ୍ପେଶାଲ୍ ପ୍ରତି ସୋମବାର ଦିନ ବିଶାଖାପାଟନମ୍ ଛାଡିବ ଏବଂ ପ୍ରତି ମଙ୍ଗଳବାର ଦିନ ତିରୁପତିରୁ ଛାଡୁଥିବା ଟ୍ରେନ୍ ବର୍ତ୍ତମାନ ଜାନୁୟାରୀ ୩୦ ତାରିଖ ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ।
୦୮୫୪୩/୦୮୫୪୪ ବିଶାଖାପାଟନମ୍-ଏସଏମଭିଟି ବେଙ୍ଗାଲୁରୁ-ବିଶାଖାପାଟନମ୍ ସ୍ପେସାଲ୍ ପ୍ରତି ରବିବାର ଦିନ ବିଶାଖାପାଟନମ୍ ଛାଡି ଏସଏମଭିଟି ବେଙ୍ଗାଲୁରୁରୁ ପ୍ରତ୍ୟେକ ସୋମବାର ଛାଡୁଥିବା ଏହି ଟ୍ରେନ୍ ବର୍ତ୍ତମାନ ଜାନୁୟାରୀ ୨୯ ତାରିଖ ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ ।
ଶ୍ରୀକାକୁଲମ୍ ରୋଡ୍-କୋଲାମ ସ୍ପେଶାଲ୍:
୦୮୫୩୭/୦୮୫୩୮ ଶ୍ରୀକାକୁଲମ୍ ରୋଡ୍-କୋଲାମ-ଶ୍ରୀକାକୁଲମ୍ ରୋଡ୍ ସ୍ପେଶାଲ୍ ୨୫ ନଭେମ୍ବର ୨୦୨୩ ରୁ ୨୭ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଦିନ ୧୧ ଟା ରେ ଛାଡୁଥିବା ଏହି ସ୍ବତନ୍ତ୍ର ଟ୍ରେନ୍ 26 ନଭେମ୍ବର ଠାରୁ ଆରମ୍ଭ ହୋଇଥିବାବେଳେ ଏହା ୨୦୨୩ ରୁ ୨୮ ଜାନୁଆରୀ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଚଳାଚଳ କରିବ ।
ବିଶାଖାପାଟନମ୍-କୋଲାମ ସ୍ପେଶାଲ୍:
୦୮୫୩୯/୦୮୫୪୦ ବିଶାଖାପାଟନମରୁ ବିଶାଖାପାଟନମ୍-କୋଲାମ-ବିଶାଖାପାଟନମ୍ ସ୍ପେଶାଲ୍ ପ୍ରତ୍ୟେକ ନଭେମ୍ବର ୨୯୨୩ ରୁ ୩୧ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ସକାଳ ୮ ଟା ୨୦ ସମୟରେ ଛାଡୁଥିବା ଏହି ଟ୍ରେନ୍ ନଭେମ୍ବର ୨୦୨୩ ରୁ ୧ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ଚଳାଚଳ କରିବ ।
ପୂର୍ବତଟ ରେଳପଥ ନିୟମିତ ଭାବେ ଯାତ୍ରୀ ପ୍ରୋଫାଇଲ୍ ପରିଚାଳନାକୁ ସମୀକ୍ଷା କରି ଉପରୋକ୍ତ ମାର୍ଗରେ ଟ୍ରେନ୍ ରେ ଅତିରିକ୍ତ ଯାତ୍ରୀ ଚାହିଦାକୁ ସମୀକ୍ଷା କରୁଛି । ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଅଧିକ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି ।
Comments are closed.