Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଏଏସଆଇ ମହିଳା ଶ୍ରମିକଙ୍କୁ ମାଡ଼ ମାରିଲେ ସେବାୟତ

ପୁରୀ: ଶ୍ରୀମନ୍ଦିରରେ ଏଏସଆଇ ମହିଳା ଶ୍ରମିକଙ୍କୁ ମାଡ଼ ମାରିଲେ ସେବାୟତ। ଏନେଇ ମହିଳା ଶ୍ରମିକଙ୍କ ପକ୍ଷରୁ ସିଂହଦ୍ଵାର ଥାନାରେ ଏତେଲା ଦେଲେ ମହିଳା ଶ୍ରମିକ ପୂର୍ଣ୍ଣିମା ବେହେରା। ଦକ୍ଷିଣ ଦ୍ୱାର ଗୁମୁଟ ମରାମତି ସହ ଓ ରୋଷଶାଳାର ପାଖରେ କାର୍ଯ୍ୟ ଚାଲୁଥିବା ବେଳେ ମହିଳା ଶ୍ରମିକ ବସି ପାଟିରେ ହାତ ଦେଇଥିଲେ ।

ଏହାକୁ ନେଇ ସେବାୟତ ଜଣଙ୍କ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରି ମାଡ଼ ମାରିଥିଲେ । ତେଣୁ ଏହାକୁ ନେଇ ସମସ୍ତ ଶ୍ରମିକମାନେ କାର୍ଯ୍ୟବନ୍ଦ କରିବା ସହ ସିଂହଦ୍ଵାର ଥାନାରେ ଆନ୍ଦୋଳନ କରିଛନ୍ତି । ସେବାୟତଙ୍କୁ ଚିହ୍ନଟ କରାଯିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ଏଏସଆଇ ଅଧିକାରୀ । ସେପଟେ ଘଟଣାକୁ ଗୁରୁତ୍ୱର ସହ ନେଇ ସିଂହ ଦ୍ୱାର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.