Latest Odisha News

BREAKING NEWS

ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର ଜୁନିୟର୍ସ ମିଟ: ଓଡିଶାର ୭ଜଣ ମୂଖ୍ୟ ଡ୍ରକୁ ଉନ୍ନୀତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଇଟିଏଫ ୱାର୍ଲ୍ଡ ଟେନିସ ଟୁର ଜୁନିୟର୍ସ ମିଟରେ ଓଡିଶାର ଖେଳାଳିମାନେ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ଓଡିଶାର ୭ଜଣ ମୂଖ୍ୟ ଡ୍ରକୁ ଉନ୍ନୀତ ହୋଇଛନ୍ତି । ଓଡିଶା ଟେନିସ ଆସୋସିଏଶନ ଓ କ୍ରୀଡା ଯୁବ ବିଭାଗ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି । ଭାରତର ୧୬୦ ଖେଳାଳିଙ୍କ ସମେତ ଅଷ୍ଟ୍ରେଲିଆ, ନେପାଳ, ଆମେରିକା, ଚୀନର ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଛନ୍ତି । ଶନିବାର ଓ ରବିବାର କ୍ୱାଲିଫାଇଂ ଇଭେଂଟ ଆୟୋଜିତ ହୋଇଥିଲା ।

ଓଡିଶାର ଆଦିତ୍ୟ ବିକ୍ରମ ଆଚାର୍ଯ୍ୟ, ଶ୍ରେୟାନ ପଟ୍ଟନାୟକ, ସୂୟାଶ ପଟ୍ଟନାୟକ, ଆୟୂଷ ପଟ୍ଟନାୟକ ବାଳକ ବିଭାଗରେ ଏବଂ ଶାଜତା ୱାନିଆ, ସଂରଚନା ଦାସ ଓ ଶନଭି ମହାନ୍ତି ବାଳିକାରେ ମୂଖ୍ୟ ଡ୍ରକୁ ଉନ୍ନୀତ ହୋଇଛନ୍ତି । ରବିବାର ଏହି ଜୁନିୟର ମିଟ ଉଦଘାଟିତ ହୋଇଥିଲା । କ୍ରାଇମ ବ୍ରାଂଚ ଡିଜିପି ବିନାୟୋତ୍ସବ ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓଟିଏ ସଭାପତି ଅସୀତ ତ୍ରିପାଠୀ, ସେକ୍ରେଟାରୀ ସଞ୍ଜୀବ ପଣ୍ଡା, ସମ୍ବିତ ପଟ୍ଟନାୟକ ଓ ପ୍ରବୀଣ କୁମାର ନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସିଙ୍ଗଲ୍ସ ବିଭାଗରେ ବିଜେତାଙ୍କୁ ୩୦ ଓ ଡବଲ୍ସ ବିଜେତାଙ୍କୁ ୨୫ ପଂଏଟ ମିଳିବ ।

Leave A Reply

Your email address will not be published.