Latest Odisha News

ତାମିଲନାଡୁ ତିରୁପଥରରେ ଦୁର୍ଘଟଣାରେ ୭ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ତାମିଲନାଡ଼ୁ: ତାମିଲନାଡୁ ତିରୁପଥୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  । ଏଥିରେ ୭ଜଣ  ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଗାଡି ଖରାପ ହୋଇଯିବାରୁ ରାସ୍ତାକଡରେ ବସିଥିବା ମହିଳାଙ୍କ ଉପରେ ଟ୍ରକ୍ ମାଡିଯାଇଛି  । ମହିଳାମାନେ କର୍ଣ୍ଣାଟକରୁ ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି  । ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଅନୁଯାୟୀ  ପୀଡିତ ମହିଳାମାନେ ଦୁଇଟି ଭ୍ୟାନ ଜରିଆରେ କର୍ଣ୍ଣାଟକରୁ ଘରକୁ ଫେରୁଥିଲେ । ତିରୁପଥୁର ଜିଲ୍ଲାର ଏକ ସ୍ଥାନରେ ହଠାତ୍ ସେମାନଙ୍କ ଗାଡି ର ଟାୟାର ଫାଟିଯାଇଥିଲା । ଫଳରେ ଯାତ୍ରୀମାନେ ଗାଡିରୁ ଓହ୍ଲାଇ ରାସ୍ତାକଡରେ ବସିଥିଲେ  ।  ଏବଂ ଗାଡିର ଡ୍ରାଇଭର ଜଣକ ଗାଡି ଚକା ମରାମତି କରିଥିଲେ  ।

ସେତିକିବେଳେ ହଠାତ୍‌ ବେଙ୍ଗାଲୁର ପଟୁ ଆସୁଥିବା ଏକ ଟ୍ରକ ରାସ୍ତାକଡରେ ବସିଥିବା ମହିଳାଙ୍କ ଉପରେ ମାଡିଯାଇଥିଲା । ଫଳେର ଘଟଣା ସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ତିରୁପଥୁର ଏବଂ ବାନିୟମବାଡି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା  ।

ସେପଟେ ଏହି ଘଟଣାରେ ମୃତକଙ୍କ ପରିବାରକୁ  ପ୍ରଧାନମନ୍ତ୍ରୀ ମୋଦି ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଗଭୀର ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ସହ ଆହତଙ୍କୁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି । ସେହିପରି ଷ୍ଟାଲିନ ମଧ୍ୟ ପୀଡିତଙ୍କ ପରିବାରଙ୍କୁ ୧  ଲକ୍ଷ ଟଙ୍କା ଘୋଷଣା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିରୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

Comments are closed.