କଟକ: କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆରେ ଏକ ଏଟିଏମ ଭ୍ୟାନରୁ ଦେଢ଼ କୋଟିରୁ ଅଧିକ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ । ଲୁଟ୍ କରିଥିବା ଗ୍ୟାଙ୍ଗକୁ ଧରିଛି କଟକ ଗ୍ରାମାଞ୍ଚଳ ପୋଲିସ । ସେମାନଙ୍କ ନିକଟରୁ ୬୪ ଲକ୍ଷ ୪୫ ହଜାର ଟଙ୍କା ଜବତ ହୋଇଛି ।
ଖବର ଅନୁଯାୟୀ, ୨୦୨୩ ନଭେମ୍ବର ୧୦ ତାରିଖ ଦିନ କଟକ ଜିଲ୍ଲା ତିଗିରିଆ ଅଞ୍ଚଳ ଗୋଡ଼ିଝରିଆ ରାସ୍ତାରେ ଏଟିଏମ୍ ଭ୍ୟାନ୍ରୁ ଲୁଟ୍ ହୋଇଥିଲା । ଟଙ୍କା ବୋଝେଇ ଗାଡିରୁ ପ୍ରାୟ ୧ କୋଟି ୬୭ ଲକ୍ଷ ଟଙ୍କା ଲୁଟ୍ କରିଥିଲେ ଦୁର୍ବୃତ୍ତ । ଲୁଟ୍ ଘଟଣାରେ ସଂପୃକ୍ତ ଥିବା ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ତିଗିରିଆ ପୋଲିସ ।
ଅଭିଯୁକ୍ତଙ୍କୁ ଠାରୁ ଦେଢ କୋଟିରୁ ମାତ୍ର ୬୪ ଲକ୍ଷ ୪୫ ହଜାର ଟଙ୍କା ଜବତ ହୋଇଛି । ଏହାସହ ସେମାନଙ୍କ ଠାରୁ ମାରଣାସ୍ତ୍ର ଜବତ ହୋଇଛି । ଗିରଫ ହୋଇଥିବା ସମସ୍ତ ୭ ଜଣଙ୍କ ଘର ତିଗିରିଆର ପଙ୍କଳ ଗାଁରେ।
ତେବେ ଏଯାବତ୍ ଭ୍ୟାନର ଦୁଇ ଜଣ କର୍ମଚାରୀଙ୍କୁ ପୋଲିସ ଧରି ପାରିନାହିଁ । ସେମାନଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି ଓ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ସୂଚନା ଦେଇ କହିଛନ୍ତି କଟକ ଗ୍ରାମାଞ୍ଚଳ ଏସପି ମିହିର କୁମାର ପଣ୍ଡା ।
Comments are closed.