Latest Odisha News

ନେଶନାଲ ଗେମ୍ସ ପାଇଁ ମନୋନୀତ ହେଲେ ୭ ଓଡ଼ିଆ ଜୁଡୋକା

ଭୁବନେଶ୍ୱର: ଗୁଜୁରାଟ ସରକାର ଏବଂ ଭାରତୀୟ ଅଲିମ୍ପିକ ସଂଘର ମିଳିତ ଅନୁକୁଲ୍ୟରେ ଆସନ୍ତା ୨୭ ରୁ ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ୩୬ ତମ ନେଶନାଲ ଗେମ୍ସ ପାଇଁ ପ୍ରଥମ ଥର ଓଡ଼ିଶା ରାଜ୍ଯ ଜୁଡୋ ସଂଘର ୪ ମହିଳା ଓ ୩ ପୁରୁଷ ମନୋନୀତ ହୋଇଛନ୍ତି।

ଏହା ଓଡ଼ିଶା ଜୁଡୋ ଇତିହାସରେ ପ୍ରଥମ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ମନୋନୀତ ଜୁଡୋକା ମାନେ ହେଲେ ତନିସ୍କା ମନସ୍ୱିନୀ ସାହୁ( ୪୮ କେଜି), ଉର୍ମିଳା ସାହୁ(୫୨ କେଜି), ଡୁଲି ମୁର୍ମୁ (୫୭ କେଜି), ପ୍ରଭାସିନୀ ବରାଡ଼(୬୩ କେଜି), ମାସି ହାନ୍ତାଳ (୬୦ କେଜି), ରାଜେଶ କୁମାର ସାହୁ(୬୬କେଜି), ତାରାକାନ୍ତୋ ପରିଡ଼ା(୧୦୦ କେଜି)।

ନେଶନାଲ ଗେମ୍ସ ପାଇଁ ମନୋନୀତ ଜୁଡୋକା ମାନେ ଚଳିତ ଅଗଷ୍ଟ ମାସ ୧୬ ତାରିଖରୁ ୨୦ ତାରିଖ ଲକ୍ଷ୍ନୌ ଠାରେ ହେଇଥିବା ଜାତୀୟ ସିନିୟର ଜୁଡୋ ଚାମ୍ପିଅନସିପରେ ଭଲ ଖେଳ ପ୍ରଦର୍ଶନ କରି ନେଶନାଲ ଗେମ୍ସକୁ ମନୋନୀତ ହୋଇଛନ୍ତି ।

ରାଜ୍ଯ ପାଇଁ ଏହା ପ୍ରଥମ ହୋଇଥିବାରୁ ଓଡ଼ିଶା ରାଜ୍ଯ ଜୁଡୋ ସଂଘର ସିଇଓ ଗୀତାଞ୍ଜଳି ପଣ୍ଡା(କୋଚ୍ ତଥା ଅର୍ନ୍ତଜାତୀୟ ରେଫରି), ସାଧାରଣ ସଂପାଦକ ପି.ସି ମିଶ୍ର, ଟେକ୍ନିକାଲ ସେକ୍ରେଟାରୀ କନ୍ଦନ ମୁର୍ମୁ (କୋଚ୍ ତଥା ଅର୍ନ୍ତଜାତୀୟ ରେଫରୀ) ଓ ସମସ୍ତ ସଦସ୍ଯ ବୃନ୍ଦ ଜୁଡୋକା ମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି ।

Comments are closed.