Latest Odisha News

BREAKING NEWS

ସୁଇସାଇଡ ପୂର୍ବରୁ ସୌମ୍ୟଜିତଙ୍କୁ ୧୫ ଥର କଲ୍ କରିଥିଲେ ଶ୍ୱେତା

ଭୁବନେଶ୍ୱର: ଶ୍ୱେତା ସୁଇସାଇଡର ଅଧ ଘଣ୍ଟା ପୂର୍ବରୁ ପୁରୁଷ ବନ୍ଧୁ ସୌମ୍ୟଙ୍କୁ ବାରମ୍ବାର କଲ୍ କରିଥିଲେ । ରାତି ସାଢ଼େ ଗୋଟାଏ ଯାଏ ପ୍ରାୟ ୧୫ ଥର ଶ୍ୱେତା, ସୌମ୍ୟଙ୍କୁ କଲ୍ କରିଥିଲେ । ପୋଲିସ ହାତରେ ଲାଗିଥିବା କଲ୍ ଡିଟେଲ୍ସ ରିପୋର୍ଟରେ ବଡ଼ ତଥ୍ୟ ମିଳିଛି । ତେବେ ଶ୍ୱେତା ବାରମ୍ବାର ସୌମ୍ୟଙ୍କୁ ଫୋନ୍ କରିଥିଲେ ମଧ୍ଯ ସେ କଲ୍ ରିସିଭ୍ କରି ନଥିଲେ ।

ଅନ୍ୟପଟେ ପୋଲିସ ଶ୍ୱେତାଙ୍କ ବୟଫ୍ରେଣ୍ଡ ନାଁରେ ୩୦୬ ଦଫା ଲଗାଇ ଖୋଜୁଛି । ଶ୍ୱେତାଙ୍କ ବାପାଙ୍କ ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ସୌମ୍ୟଙ୍କୁ ନୋଟିସ୍ କରିଛି । ଶ୍ୱେତା ଓ ସୌମ୍ୟଙ୍କ ମଧ୍ୟରେ ସମ୍ପର୍କ ଥିଲା । ଶ୍ୱେତାର ଫଟୋ ଭାଇରାଲ୍ କରିଦେବା ନେଇ ସୌମ୍ୟ ଧମକ ଦେଉଥିବା ତାଙ୍କ ବାପା ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.