Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଜ ପିଗି ବ୍ୟାଙ୍କ ଦାନକଲେ ପୁରୀର କୁନି ଛାତ୍ର ରୁଦ୍ରମାଧବ

ପୁରୀ: କରୋନା ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବ୍ୟକ୍ତି, ସଂଗଠନ ତଥା କର୍ପୋରେଟ ସଂସ୍ଥାମାନେ ସହାୟତାର ହାତ ବଢାଇଛନ୍ତି । ଏହି କ୍ରମରେ ସାମିଲ ହୋଇଛନ୍ତି ପୁରୀର ଜଣେ ସାତ ବର୍ଷର ଛାତ୍ର କୁମାର ରୁଦ୍ରମାଧବ । ପୁରୀର ମାର୍କଣ୍ଡେଶ୍ୱର ସାହିର କୁମାର ରୁଦ୍ରମାଧବ ଉତ୍କଳ ବଚପନ ସ୍କୁଲର ପ୍ରଥମ ଶ୍ରେଣୀର ଛାତ୍ର ।

ସେ ଆଗ୍ରହର ସହ ସଞ୍ଚୟ କରି ରଖିଥିବା ନିଜ ପିଗି ବ୍ୟାଙ୍କ ବା ସରାଗାତକୁ ପୁରୀ ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଏଥିସହିତ ସେ ତାଙ୍କ ସାଙ୍ଗସାଥୀ ଓ ଅନ୍ୟମାନଙ୍କୁ ସହଯୋଗ କରିବାକୁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି ।

ଏଭଳି ସଙ୍କଟ ସମୟରେ ଛୋଟ ଛୋଟ ସାହାଯ୍ୟ ମଧ୍ୟ ଗୁରୁତ୍ୱ ବହନ କରୁଥିବାରୁ ପିଲାମାନେ ନିଜ ପାଖେ ରଖିଥିବା ପିଗି ବ୍ୟାଙ୍କକୁ ସରକାରଙ୍କୁ ଦାନ କରି ଉଦାହରଣ ସୃଷ୍ଟି କରିବା ପାଇଁ ସେ ସଭିଙ୍କୁ କହିଛନ୍ତି । ସମସ୍ତେ ଏଥିପାଇଁ ଏକାଠି ହୋଇ ଆଗେଇ ଆସିଲେ ସରକାର ଲୋକଙ୍କ ପାଇଁ ମାସ୍କ, ସାନିଟାଇଜର ସହ ଅତ୍ୟାବଶ୍ୟକ ସାମଗ୍ରୀ ଓ ଖାଦ୍ୟ ଇତ୍ୟାଦି ସହଜରେ ବ୍ୟବସ୍ଥା କରିପାରିବେ ବୋଲି କହିଛନ୍ତି ରୁଦ୍ର ।

Leave A Reply

Your email address will not be published.