Latest Odisha News

ବିନା ଭିସାରେ ଭ୍ରମଣ କରିପାରିବେ ଏହି ସବୁ ଦେଶ

ଭୁବନେଶ୍ୱର : ପ୍ରତ୍ୟେକ ବ୍ୟକ୍ତି ଭ୍ରମଣ ପାଇଁ ଦେଶ ତଥା ବିଦେଶକୁ ପ୍ରଥମ ପସନ୍ଦ ଭାବେ ବାଛିଥାନ୍ତି । ବିଦେଶକୁ ଭ୍ରମଣରେ ଯିବା ପାଇଁ ହେଲେ ପାଖରେ ଭିସା ବା ପାସପୋର୍ଟ ରହିବା ନିହାତି ଜରୁରୀ ହୋଇଥାଏ । ଅନେକଙ୍କର ଧାରଣା ରହିଛି ଯେ ବିନା ଭିସା ଓ ପାସପୋର୍ଟରେ ବିଦେଶ ଯାଇହେବ ନାହିଁ । କିନ୍ତୁ ଏଭଳି କିଛି ଦେଶ ରହିଛି, ଯେଉଁଠିକୁ ଯିବା ପାଇଁ କୌଣସି ଭିସା ବା ପାସପୋର୍ଟର ଆବଶ୍ୟକତା ପଡିନଥାଏ । ଆପଣ ଚାହିଁଲେ ଏସବୁ ସ୍ଥାନରେ ଭ୍ରମଣର ସୁଯୋଗ ନେଇପାରିବେ । ଜାଣନ୍ତୁ ନେପାଳ ଓ ଭୁଟାନ୍ ବ୍ୟତିତ ଆଉ କେଉଁ କେଉଁ ଦେଶରେ ଭ୍ରମଣ ପାଇଁ ଭିସାର ଆବଶ୍ୟକତା ପଡେ ନାହିଁ…

ନେପାଳ- ନେପାଳରେ ହିମାଳୟ ପର୍ବତ ଶୃଙ୍ଗର ମନୋହର ଦୃଶ୍ୟ ଦେଖିବା ସହ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଖୋଲି ଉପଭୋଗ କରିପାରିବେ । ଏହା ବ୍ୟତିତ ବୌଦ୍ଧ ମଠ, ମନ୍ଦିର ଓ ଘଂଚ ଜଙ୍ଗଲ ମଧ୍ୟ ବୁଲି ଭ୍ରମଣର ମଜା ପାଇପାରିବେ ।

ମରିସସ୍- ମରିସସରେ ଆପଣମାନେ ବିନା ଭିସାରେ ପାଖାପାଖି ୬୦ଦିନ ଆରାମରେ ରହିବା ସହ ଭ୍ରମଣର ସୁଯୋଗ ପାଇପାରିବେ । ଏଠାରେ ଥିବା ‘ଲା ଭାନିଲେ ନେଚର ପାର୍କ’ରେ ବିଶାଳକାୟ କଇଁଛ, କୁମ୍ଭୀର ସହ ଅନ୍ୟ ଜୀବଜନ୍ତୁ ଦେଖିବାକୁ ମିଳିଥାଏ । ଏହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଅଧିକ ଭିଡ ଜମେ ।

ହଙ୍ଗକଙ୍ଗ୍- ହଙ୍ଗକଙ୍ଗ୍ ସୌନ୍ଦର୍ଯ୍ୟରେ ଭରପୂର ଦେଶ ଅଟେ । ଏଠାରେ ୧୪ଦିନ ପାଇଁ ବିନା ଭିସାରେ ବୁଲାବୁଲି କରିପାରିବେ ।

ଭୁଟାନ୍- ଭୁଟାନ୍ ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂରାପୂରି ଭରପୂର ଦେଶ ଅଟେ । ଭାରତୀୟ ନାଗରିକଙ୍କ ପରି ମାଳଦୀପ ନାଗରିକମାନଙ୍କୁ ମଧ୍ୟ ଭୁଟାନରେ ବୁଲିବା ପାଇଁ ଭିସାର ଆବଶ୍ୟକ ପଡେନାହିଁ । ଏଠାକାର ଟାଇଗର୍ସ ନେଷ୍ଟ ବୌଦ୍ଧ ପୀଠର ପବିତ୍ର ସ୍ଥଳୀ ଭାବେ ମାନ୍ୟତା ରହିଛି । ଏହାର ସୌନ୍ଦର୍ଯ୍ୟ ଦେଖିବାକୁ ଯେମିତି ଆର୍କଷଣୀୟ ସେମିତି ନିଆରା ।

ମାଳଦୀପ୍- ଭାରତୀୟ ନାଗରିକମାନେ ବିନା ଭିସାରେ ୬୦ ଦିନ ଯାଏଁ ଏଠାରେ ରହିବାରେ ସୁଯୋଗ ପାଇପାରିବେ । ଆପଣମାନେ ନିଜ ପାଇଁ କେବଳ ହୋଟେଲ ବୁକ୍ କରନ୍ତୁ ଓ ଭ୍ରମଣର ମଜା ଉଠାନ୍ତୁ ।

ଥାଇଲାଣ୍ଡ-ସପିଙ୍ଗର ଗଡଭାବେ ଥାଇଲାଣ୍ଡ ବେଶ ପରିଚିତ । ଏଠାକାର ସୁନ୍ଦର ସୁନ୍ଦର ଦ୍ୱୀପ,ଗୁମ୍ଫା ବ୍ୟତିତ ଥାଇଲାଣ୍ଡରେ ଥିବା ନୀଳ ରଙ୍ଗ ପରି ଦେଖାଯାଉଥିବା ସୁନ୍ଦର ବିଚରେ ଦେଖିବା ପାଇଁ ପର୍ଯ୍ୟଟକମାନେ ଅଧିକ ଆର୍କଷିତ ହୋଇଥାନ୍ତି ।

ପାଖରେ ଯଦି କେବଳ ପାସପୋର୍ଟ ଅଛି ତେବେ ବିନା ଭିସାରେ ଭାରତୀୟମାନେ ପାଖାପାଖି ୫୯ଟି ଦେଶରେ ଭ୍ରମଣର ଲାଭ ଉଠାଇପାରିବେ ।

Leave A Reply

Your email address will not be published.