ନ୍ୟୁୟର୍କ: ଆମେରିକାର ଏକ ବିୟର କମ୍ପାନୀରେ ହଠାତ୍ ଜଣେ ବ୍ୟକ୍ତି ଗୁଳିଚାଳନା କରିବା ଫଳରେ ୭ଜଣଙ୍କ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ ମୋଲସନ କୁର୍ସ କମ୍ପ୍ଲେକ୍ସରେ ଜଣେ ଆତତାୟୀ ଅତର୍କିତ ଗୁଳିକରିବା ଆରମ୍ଭ କରିଦେଇଥିଲା । ଏଥିରେ ୭ ଜଣ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । ଓ୍ୱିସ୍କିସ୍ମିନ୍ର ମେୟର ଟମ ବୈରେଟ କହିଛନ୍ତି, ଏହି ଆକ୍ରମଣ ବହୁତ ଭୟଙ୍କର ଥିଲା ।
ଆକ୍ରମଣ କରିଥିବା ଆତତାୟୀର ମଧ୍ୟ ମୃତ୍ୟୁ ହୋଇଛି ବୋଲି ମେୟର କହିଛନ୍ତି । ପ୍ରାରମ୍ଭିକ ରିପୋର୍ଟରେ ଆତତାୟୀ ଉକ୍ତ କମ୍ପାନୀରେ କାମ କରୁଥିଲା ଜଣାପଡିଛି ।ବିୟର ତିଆରି ହେଉଥିବା ୟୁନିଟ୍ରେ ପାଖାପାଖି ୬୦୦ ଲୋକ କାମ କରନ୍ତି ବୋଲି ସୂଚନାମିଳିଛି ।
Comments are closed.