ନୂଆଦିଲ୍ଲୀ: ଲକଡାଉନ୍ ହେବାର ପାଖାପାଖି ଶହେ ଦିନ ପରେ ଆଜି ଦେଶରେ ଖୋଲୁଛି ପର୍ୟ୍ୟଟନ ସ୍ଥଳୀ । ଐତିହ୍ୟ କୀର୍ତ୍ତିରାଜି ପୁଣି ଥରେ ବୁଲି ଦେଖି ପାରିବେ ପର୍ଯ୍ୟଟକ । ତେବେ ଯେଉଁସବୁ ପର୍ଯ୍ୟଟନ ସ୍ଥଳୀ କଣ୍ଟେନମେଣ୍ଟ ଜୋନ୍ ଭିତରେ ଆସୁ ନଥିବ ସେସବୁ ସର୍ବସାଧାରଣଙ୍କ ପାଇଁ ଆଜିଠୁ ଖୋଲାଯାଉଛି ।
ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ତତ୍ତ୍ୱାବଧାନରେ ଥିବା ଦେଶର ୮୨୦ଟି ଐତିହ୍ୟ କୀର୍ତ୍ତିରାଜି ଖୋଲିବାକୁ ଅନୁମତି ଦେଇଥିଲ କେନ୍ଦ୍ର ସରକାର । କିନ୍ତୁ କୋଭିଡ୍ ସଂକ୍ରମଣ ବଢୁଥିବାରୁ କିଛି ପର୍ଯ୍ୟଟନସ୍ଥଳୀ ଖୋଲିବା ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ ପ୍ରଶାସନ । ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନାହିଁ ଆଗ୍ରାରେ ତାଜମହଲ, ଆଗ୍ରା ଫୋର୍ଟ । ସେହିପରି ନିଜାମୁଦ୍ଦିନ ଦରଘା ଖୋଲିବ ନାହିଁ ।

ପର୍ଯ୍ୟଟନ ସ୍ଥଳୀ ବୁଲିବା ନେଇ କଣ ସବୁ ନିୟମ ମାନିବେ
୧. ମୋବାଇଲରେ କଣ୍ଟାକ୍ଟ ଟ୍ରେସିଂ ଆରୋଗ୍ୟ ଆପ୍ ଡାଉନଲୋଡ୍ କରିବେ, ଥର୍ମାଲ ସ୍କ୍ରିନିଂ କରାଯିବ
୨. ମାସ୍କ ଓ ଗ୍ଲୋବସ ପିନ୍ଧିବା ଓ ସାନିଟାଇଜର୍ ବ୍ୟବହାର କରିବେ
୩. ପ୍ରବେଶ ଓ ପ୍ରସ୍ଥାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
୪. ପ୍ରବେଶ ପୂର୍ବରୁ ପର୍ଯ୍ୟଟକଙ୍କ ଆରୋଗ୍ୟ ସେତୁ ଷ୍ଟାଟର୍ସ ଯାଞ୍ଚ ହେବ
୫. ଏଏସଆଇ ପକ୍ଷରୁ ରଖାଯିବ ପର୍ୟ୍ୟଟକଙ୍କ ଫୋନ୍ ନମ୍ୱର
୬. ଇ-ଟିକେଟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ
୭. ସାମାଜିକ ଦୂରତାକୁ କଡ଼ାକଡ଼ି ମାନିବେ ପର୍ଯ୍ୟଟକ
୮. ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଯାଏ ବୁଲାବାଲି କରିବେ ପର୍ଯ୍ୟଟକ
୯. କୌଣସି ରେଲିଂ, କାନ୍ଥ, ଫଟୋଗ୍ରାଫ, ମୂର୍ତ୍ତି ଆଦିରେ ହାତ ଲଗାନ୍ତୁ ନାହିଁ
୧୦. ପାର୍କି ଅଞ୍ଚଳରେ ବି ଇ-ଟିକେଟ ବ୍ୟବସ୍ଥା
୧୧. ଡିଜିଟାଲ୍ ପେମେଣ୍ଟ କରିବେ
BREAKING NEWS
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ
- ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ନିର୍ବାଚନକୁ ନେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୯ ଅଟକ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ
- Asian Games 2026: ଝିଅ ଦେଖାଇଲେ ଦମ୍…୮୫ ପଦକ ପରେ ବି ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ! ପୂର୍ବ ଅପେକ୍ଷା କମିଲା ସଂଖ୍ୟା, ‘ସ୍ୱର୍ଣ୍ଣ’ରେ କାହିଁକି ପଛରେ ପଡ଼ିଲା ଭାରତ?

Comments are closed.