ନୂଆଦିଲ୍ଲୀ: ଲକଡାଉନ୍ ହେବାର ପାଖାପାଖି ଶହେ ଦିନ ପରେ ଆଜି ଦେଶରେ ଖୋଲୁଛି ପର୍ୟ୍ୟଟନ ସ୍ଥଳୀ । ଐତିହ୍ୟ କୀର୍ତ୍ତିରାଜି ପୁଣି ଥରେ ବୁଲି ଦେଖି ପାରିବେ ପର୍ଯ୍ୟଟକ । ତେବେ ଯେଉଁସବୁ ପର୍ଯ୍ୟଟନ ସ୍ଥଳୀ କଣ୍ଟେନମେଣ୍ଟ ଜୋନ୍ ଭିତରେ ଆସୁ ନଥିବ ସେସବୁ ସର୍ବସାଧାରଣଙ୍କ ପାଇଁ ଆଜିଠୁ ଖୋଲାଯାଉଛି ।
ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ତତ୍ତ୍ୱାବଧାନରେ ଥିବା ଦେଶର ୮୨୦ଟି ଐତିହ୍ୟ କୀର୍ତ୍ତିରାଜି ଖୋଲିବାକୁ ଅନୁମତି ଦେଇଥିଲ କେନ୍ଦ୍ର ସରକାର । କିନ୍ତୁ କୋଭିଡ୍ ସଂକ୍ରମଣ ବଢୁଥିବାରୁ କିଛି ପର୍ଯ୍ୟଟନସ୍ଥଳୀ ଖୋଲିବା ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ ପ୍ରଶାସନ । ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନାହିଁ ଆଗ୍ରାରେ ତାଜମହଲ, ଆଗ୍ରା ଫୋର୍ଟ । ସେହିପରି ନିଜାମୁଦ୍ଦିନ ଦରଘା ଖୋଲିବ ନାହିଁ ।

ପର୍ଯ୍ୟଟନ ସ୍ଥଳୀ ବୁଲିବା ନେଇ କଣ ସବୁ ନିୟମ ମାନିବେ
୧. ମୋବାଇଲରେ କଣ୍ଟାକ୍ଟ ଟ୍ରେସିଂ ଆରୋଗ୍ୟ ଆପ୍ ଡାଉନଲୋଡ୍ କରିବେ, ଥର୍ମାଲ ସ୍କ୍ରିନିଂ କରାଯିବ
୨. ମାସ୍କ ଓ ଗ୍ଲୋବସ ପିନ୍ଧିବା ଓ ସାନିଟାଇଜର୍ ବ୍ୟବହାର କରିବେ
୩. ପ୍ରବେଶ ଓ ପ୍ରସ୍ଥାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
୪. ପ୍ରବେଶ ପୂର୍ବରୁ ପର୍ଯ୍ୟଟକଙ୍କ ଆରୋଗ୍ୟ ସେତୁ ଷ୍ଟାଟର୍ସ ଯାଞ୍ଚ ହେବ
୫. ଏଏସଆଇ ପକ୍ଷରୁ ରଖାଯିବ ପର୍ୟ୍ୟଟକଙ୍କ ଫୋନ୍ ନମ୍ୱର
୬. ଇ-ଟିକେଟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ
୭. ସାମାଜିକ ଦୂରତାକୁ କଡ଼ାକଡ଼ି ମାନିବେ ପର୍ଯ୍ୟଟକ
୮. ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଯାଏ ବୁଲାବାଲି କରିବେ ପର୍ଯ୍ୟଟକ
୯. କୌଣସି ରେଲିଂ, କାନ୍ଥ, ଫଟୋଗ୍ରାଫ, ମୂର୍ତ୍ତି ଆଦିରେ ହାତ ଲଗାନ୍ତୁ ନାହିଁ
୧୦. ପାର୍କି ଅଞ୍ଚଳରେ ବି ଇ-ଟିକେଟ ବ୍ୟବସ୍ଥା
୧୧. ଡିଜିଟାଲ୍ ପେମେଣ୍ଟ କରିବେ
BREAKING NEWS
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Comments are closed.