Latest Odisha News

BREAKING NEWS

ପବିତ୍ର ଶ୍ରାବଣ ସୋମବାର: ଖାଁ ଖାଁ ଲାଗୁଛି ସମସ୍ତ ଶୈବପୀଠ

ଭୁବନେଶ୍ୱର: ଆଜି ପବିତ୍ର ଶ୍ରବଣ ମାସର ପ୍ରଥମ ସୋମବାର ।କରୋନା ଯୋଗୁଁ ସବୁ ଫିକା ପଡିଛି । ପରିସ୍ଥିତି ସାମାନ୍ୟ ଥିଲେ ରାଜ୍ୟର ପ୍ରମୁଖ ଶିବାଳୟରେ ଆଜି ଶିବଙ୍କୁ ଜଳାଭିଷେକ କରିବାକୁ ଲାଗିଥାନ୍ତା କାଉଡ଼ିଆଙ୍କ ଭିଡ଼। ଏହି ସମୟରେ ଓଡ଼ିଶାର ପ୍ରମୁଖ ଶୈବପୀଠକୁ କାଉଡ଼ିଆମାନେ ନିଷ୍ଠାର ସହିତ ବାହୁଙ୍ଗୀରେ ଜଳ ଧରି ଶିବାଳୟକୁ ଯାତ୍ରା କରନ୍ତି କାଉଡ଼ିଆ । ସଜଳୁ ସକାଳୁ ରାଜ୍ୟର ପ୍ରାୟ ସମସ୍ତ ଶୈବପୀଠ ଗୁଡ଼ିକରେ କାଉଡ଼ିଆ ମାନଙ୍କର ଲମ୍ବାଧାଡ଼ି ଦେଖିବାକୁ ମିଳେ। କାଉଡ଼ିଆମାନେ ଗେରୁଆ ଲୁଗା ପିନ୍ଧି କାନ୍ଧରେ କାଉଡ଼ି ଧରି ପବିତ୍ର ଭାବନାରେ ‘ବୋଲ ବମ’ କହି ସମ୍ପୂର୍ଣ୍ଣ ବିଶ୍ୱାସରେ ଆଗେଇ ଚାଲିଥାନ୍ତେ ମାଇଲ ମାଇଲ ବାଟ ।

ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ପୂର୍ବକ ସାଙ୍ଗରେ ଆଣିଥିବା ଜଳକୁ ପବିତ୍ର ଜ୍ୟୋତିର୍ଲିଙ୍ଗ ଉପରେ ଢାଳନ୍ତି ଶ୍ରଦ୍ଧାଳୁମାନେ । ସମ୍ପୂର୍ଣ୍ଣ ଶୁଦ୍ଧ ଭାବନାରେ ନିଜର ମାନସିକ ପୂର୍ଣ୍ଣ କରିବାକୁ ମହାଦେବଙ୍କୁ ଜଳାଭିଷେକ କରନ୍ତି ଅସଂଖ୍ୟ କାଉଡ଼ିଆ ।

ଓଡ଼ିଶାର ପ୍ରମୁଖ ଶୈବପୀଠ ଛଡ଼ା ପ୍ରାୟ ସମସ୍ତ ଶିବମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ରାଜ୍ୟର ବିଭିନ୍ନ ଶୈବପୀଠ ଯଥା – ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର, ଢେଙ୍କାନାଳ କପିଳାସ ଚନ୍ଦ୍ରଶେଖର, ଭଦ୍ରକ ଆରଡ଼ି ବାବା ଆଖଣ୍ଡଳମଣି, କଟକର ଧବଳେଶ୍ୱର, ପୁରୀ ଲୋକନାଥ, ବାଲେଶ୍ୱର ନୀଳଗିରିର ଚନ୍ଦନେଶ୍ୱର, ଶରଣକୂଳର ବାବା ଲଡୁକେଶ୍ୱର ଆଦି ପୀଠ ଗୁଡ଼ିକରେ ସକାଳୁ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗି ରହିଥାନ୍ତା ।

Leave A Reply

Your email address will not be published.