Latest Odisha News

ଗ୍ରହପୁଞ୍ଜ ପ୍ୟାରେଡ୍ ଦେଖିବାକୁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ବ୍ଯବସ୍ଥା

ଭୁବନେଶ୍ଵର: ଆସନ୍ତା ଜାନୁଆରୀ ୨୧ରୁ ୩୧ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ। ସୌର ଜଗତରେ ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପଚୁନ୍ ଓ ୟୁରେନସ୍ ସମେତ ୬ଟି ଗ୍ରହଙ୍କୁ ନେଇ ବିରଳ ମହାଜାଗତିକ ଦେଖାଯିବ।

ଏହି ଗ୍ରହଗୁଡ଼ିକ ଏକ ସରଳ ରେଖାରେ ରହିବା ଦ୍ୱାରା ଆକାଶରେ ଏକ ସୁନ୍ଦର ଦୃଶ୍ୟ ଦେଖିହେବ । ମଙ୍ଗଳ, ଶୁକ୍ର, ବୃହସ୍ପତି ଏବଂ ଶନି ଭଳି ଗ୍ରହ ଏକ ସରଳରେଖାରେ ରହିବେ। ଏଗୁଡିକୁ ଖାଲି ଆଖିରେ ଦେଖିହେବ। ସେହିଭଳି ଦୂରବୀକ୍ଷଣ ଏବଂ ଟେଲିସ୍କୋପ୍ ମାଧ୍ୟମରେ ନେପଚୁନ୍ ଏବଂ ୟୁରେନସ୍ ଦୃଶ୍ୟମାନ ହେବେ।

ବିଜ୍ଞାନ ଓ କାରିଗରୀ ବିଭାଗ ଅଧୀନରେ ଥିବା ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଏହି ବିରଳ ଦୃଶ୍ୟ ଦେଖିବାର ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି। ସୋମବାର ବ୍ୟତୀତ ଏହି ଦିନଗୁଡ଼ିକରେ ସନ୍ଧ୍ୟା ସାଢ଼େ ୫ଟାରୁ ସାଢ଼େ ୭ଟା ପର୍ଯ୍ୟନ୍ତ ଏଭଳି ବିରଳ ଦୃଶ୍ୟ ଦେଖିପାରିବେ।

Comments are closed.