Latest Odisha News

ରେଳ ଲାଇନ୍ ମରାମତି ପାଇଁ ବିଭିନ୍ନ ଟ୍ରେନ୍ ବାତିଲ

ଭୁବନେଶ୍ବର/କଟକ-ଅନୁଗୁଳ-ସମ୍ବଲପୁର ରେଳ ମାର୍ଗରେ ଟ୍ରେନ ଚଳଚଳ ପ୍ରତିବନ୍ଧକ ଦୂର ହେବ

ଭୁବନେଶ୍ୱର: ପୂର୍ବତଟ ରେଳପଥର ଭୁବନେଶ୍ବର-କଟକ-ଅନୁଗୁଳ-ସମ୍ବଲପୁର ରେଳ ମାର୍ଗରେ ଅତି ଗୁରୁତ୍ୱପୂର୍ଣ୍ଣ ରେଳ ଲିଙ୍କ କାର୍ଯ୍ୟ ମଧ୍ୟରେ ଥିବା ତାଳଚେର ରୋଡ-ଅନୁଗୁଳ ଦୋହରିକରଣ କାର୍ଯ୍ୟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଓଡିଶାରେ ରେଳ ସଂଯୋଗ କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଏବଂ ଏହି ପ୍ରକଳ୍ପ ସମ୍ପାଦନ ହେବା ପରେ ପୂର୍ବ ଓ ପଶ୍ଚିମ ଓଡିଶା ମଧ୍ୟରେ ରେଳ ଚଳଚଳ ଆହୁରି ସୁଗମ ହୋଇ ପାରିବ।

ଓଡିଶାରେ ଏହି ଗୁରୁତ୍ୱପୂର୍ଣ୍ଣ ଟ୍ରେନ ଟ୍ରାଫିକ ସୁବିଧା କାର୍ଯ୍ୟକୁ ଶୀଘ୍ର ସମ୍ପାଦନ ପାଇଁ ବିସ୍ତୃତ ଓ ସଠିକ ଯୋଜନା ସହିତ ସମନ୍ଵୟ ରକ୍ଷାକରି ତ୍ଵରିତ କାର୍ଯ୍ୟ ସମ୍ପାଦନ କରିବାକୁ ମହାପ୍ରବନ୍ଧକ ଶ୍ରୀ ରୂପ ନାରାୟଣ ସୁନକର ବରିଷ୍ଠ ଅଧିକାରୀମାନଙ୍କୁ କହିଛନ୍ତି। ଓଡିଶାର ରେଳପ୍ରକଳ୍ପ ଗୁଡିକ ମଧ୍ୟରୁ ଏହା ଏକ ଗୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ହେବାପରେ ଏହା ଓଡିଶାର ଏକ ଅତି ଗୁରୁତ୍ୱପୂର୍ଣ୍ଣ ରେଳ ସଂଯୋଗକୁ ସୁବିଧା ପ୍ରଦାନ କରାଇବ ଯାହାକି ଦେଶର ବିଭିନ୍ନ ପ୍ରାନ୍ତକୁ ଟ୍ରେନ ଚଳାଚଳ କରାଇବାପାଇଁ ସହଜ ହେବ। ଏହି କାର୍ଯ୍ୟ ସମୟରେ ଟ୍ରେନ ଯାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଧ୍ୟାନଦେବାକୁ ମହାପ୍ରବନ୍ଧକ ପୂର୍ବରୁ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି। ତେଣୁ ଏହି କାର୍ଯ୍ୟ ସମୟରେ ଉପରୋକ୍ତ କ କାର୍ଯ୍ୟ ଗୁଡିକ ପ୍ରତି ଧ୍ୟାନ ଦେଇ ସ୍ୱଳ୍ପ ସଂଖ୍ୟକ ଟ୍ରେନ କୁ ବାତିଲ, ମାର୍ଗ ପରିବର୍ତନ ଓ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନିଆଯାଇଅଛି ।

ଟ୍ରେନ ବାତିଲ :

୨୨୮୩୯/୨୨୮୪୦ ରାଉରକେଲା-ଭୁବନେଶ୍ବର- ରାଉରକେଲା ସୁପରଫାଷ୍ଟ ଇଣ୍ଟର ସିଟି ଏକ୍ସପ୍ରେସକୁ ୧୨ ଡିସେମ୍ବର ୨୦୨୨ ଦିନ ଉଭୟ ପାର୍ଶ୍ବରୁ ବାତିଲ କରାଯାଇଅଛି ଢ ସେହିଭଳି, ୧୮୧୨୫/୧୮୧୨୬ ରାଉରକେଲା-ପୁରୀ- ରାଉରକେଲା ଏକ୍ସପ୍ରେସକୁ ରାଉରକେଲା ଠାରୁ ଡିସେମ୍ବର ୧୧ ରୁ ୧୩ ତାରିଖ ମଧ୍ୟରେ ଏବଂ ପୁରୀଠାରୁ ଡିସେମ୍ବର ୧୨ ରୁ ୧୪ ତାରିଖ ମଧ୍ୟରେ ବାତିଲ କରାଯାଉଅଛି।

ଟ୍ରେନ ମାର୍ଗ ପରିବର୍ତନ:

୧୦ ଡିସେମ୍ବର ୨୦୨୨ ଦିନ ଅମୃତସରରୁ ଛାଡୁଥିବା ୨୨୮୦୮ ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ଏକ୍ସପ୍ରେସ ସମ୍ବଲପୁର-ଅନୁଗୁଳ-ଭୁବନେଶ୍ବର ମାର୍ଗ ପରିବର୍ତେ ଝାରସୁଗୁଡା-ରାଉରକେଲା-ଚକ୍ରଧରପୂର-ଜରୋଲି-ଜଖପୁର-କଟକ-ଭୁବନେଶ୍ବର ମାର୍ଗରେ ଯାତ୍ରା କରିବ।

ଟ୍ରେନ ନିୟନ୍ତ୍ରଣ:

୧୧ ଡିସେମ୍ବର ଦିନ ସିରିଡ଼ି ରୁ ଛାଡିବାକୁଥିବା ୨୦୮୫୮ ସାଇ ନଗର ସିରିଡ଼ି-ପୁରୀ ଏକ୍ସପ୍ରେସ ଏବଂ ନୂଆ ଦିଲ୍ଲୀରୁ ଛାଡିବାକୁଥିବା ୨୦୮୧୮ ନୂଆ ଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସକୁ ଚଳାଚଳ ମାର୍ଗରେ କିଛି ସମୟ ପାଇଁ ନିୟନ୍ତ୍ରଣ କରାଯିବ।

Comments are closed.