Latest Odisha News

BREAKING NEWS

କବିତା : ମାୟାମୃଗ ଗପ

ବିଶ୍ବରଂଜନ ଦାଶ 

ମୁଁ ଏକା ନାହିଁ ସହରେ ହେଇନି କାହାର
ସଞ୍ଜ ନଇଁ ଗଲେ ରାତି ସକାଳକୁ ଭୁଲେ,
ଅପାଶୋରା ଗୀତଟେ ମୁଁ ଭାବ ଯା ଅଭାବ
ଥରେ ଗଡି ଗଲେ ଲୁହ ଆଖି କଥା ଭୁଲେ ।।

ଛୋଟ ଏଇ ଜୀବନରେ ବଡ କିଛି ନାହିଁ
ସମ୍ପର୍କ ବି ବେଳେ ବେଳେ ବୋଝ ଲାଗି ଯାଏ
ଏ କାନ୍ଧର ଦୁଃଖ ଏଠି ସେ କାନ୍ଧ ଜାଣେନା
ଡେଣା ଗଜୁରିଲେ ପକ୍ଷୀ ମାଟି କଥା ଭୁଲେ ।।

ଜୀବନ ବୋଲି ଜଗତେ କିଛି ନାହିଁ ସାଥୀ
ବୟସର ପାହାଚରେ ଚଢିଯିବା କଥା
ଯେ ଯା ପାଇଁ ପୃଥିବୀଟେ ଖୋଜିବାରେ ବ୍ୟସ୍ତ
ବାଟ ସାରି ବାଟୋଇ ବି ଗଛ କଥା ଭୁଲେ ।।

ସମ୍ପର୍କ ଜିଣିବା ଏଠି ମାୟାମୃଗ ଗପ
ନିରୁଦ୍ଦିଷ୍ଟ ସବୁ ମୁହଁ ସ୍ବାର୍ଥ ସରିଗଲେ
ଦୁଃଖ ଟିକେ ବାଣ୍ଟିବାକୁ ସାଥୀ ନ ମିଳଇ
ଶୋଷ ମେଣ୍ଟିଗଲେ ତଣ୍ଟି ପାଣି କଥା ଭୁଲେ ।।

ବୀରମହାରାଜପୁର, ସୁବର୍ଣ୍ଣପୁର
୮୭୬୩୦୦୪୮୭୩

Leave A Reply

Your email address will not be published.