Latest Odisha News

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ; ଉଦ୍ଧାର କରିବାକୁ ଯାଇ ଫସିଲେ ଅଗ୍ନିଶମ କର୍ମଚାରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଉଦ୍ୟୋଗ ନଗର ଅନ୍ତର୍ଗତ ପୀରଗଡଠାରେ ଥିବା ଏକ ବ୍ୟାଟେରୀ କାରଖାନାରେ ଗୁରୁବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଆସିଥିବା ଦମକଳ ବାହିନୀ ନିଜେ ଫସିଯାଇଛନ୍ତି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ପୀରଗଡଠାରେ ଥିବା ଏକ ବ୍ୟାଟେରୀ କାରଖାନାରେ କୌଣସି କାରଣବଶତଃ ଅଚାନକ ନିଆଁ ଲାଗି ଯାଇଥିବାବେଳେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା । ପରେ ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଦୁର୍ଭାଗ୍ୟବଶତଃ ଉକ୍ତ କାରଖାନା ମଧ୍ୟରେ ଏକ ବିସ୍ଫୋରଣ ଘଟିଥିଲା । ଫଳରେ କୋଠାର କିଛି ଅଂଶ ଭାଙ୍ଗିଯିବାରୁ ସେଠାରେ ଥିବା ଅନେକ ବ୍ୟକ୍ତି ଓ ଉଦ୍ଧାର ଲାଗି ଯାଇଥିବା ଦମକଳ ବାହିନୀ ମଧ୍ୟ ଫସି ଯାଇଥିବା ଜଣାପଡିଛି ।

ଅନ୍ୟପକ୍ଷରେ ସମସ୍ତଙ୍କୁ ଉଦ୍ଧାର କରିବା ଲାଗି ଅନ୍ୟ ଟିମ୍ ଉଦ୍ୟମ ଜାରି ରଖିଥିବା ବେଳେ ଏଥିପାଇଁ ଏନଡିଆରଏଫ୍ ଟିମର ସହାୟତା ଲୋଡାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

 

Leave A Reply

Your email address will not be published.