Latest Odisha News

BREAKING NEWS

କଳିଙ୍ଗ ନଗର ଗୁଳିକାଣ୍ଡକୁ ପୂରିଲା ୧୪ ବର୍ଷ; ସୁରକ୍ଷା ବ୍ୟବସ୍ଥା କଡାକଡି

କଳିଙ୍ଗନଗର: ଯାଜପୁର ଜିଲ୍ଲା ଅନ୍ତର୍ଗତ ଚମ୍ପାକୋଇଲିର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ‘ବିସ୍ଥାପନ ବିରୋଧି ଜନମଞ୍ଚ’ କଳିଙ୍ଗନଗର ଗୁଳିକାଣ୍ଡର ୧୪ ବର୍ଷ ପୂର୍ତ୍ତିକୁ ‘ସହୀଦ ସ୍ମୃତି ଦିବସ’ ଭାବେ ପାଳନ କରୁଅଛି ।

ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଜନମଞ୍ଚ ପକ୍ଷରୁ ଚମ୍ପାକୋଇଲିର ସେହି ଗୁଳିକାଣ୍ଡ ଘଟଣା ସ୍ଥଳରେ ପାରମ୍ପରିକ ନୀତି ସମ୍ପନ୍ନ କରିବା ପରେ ଆମ୍ବାଗଡିଆର ବୀରଭୂମି ପଡିଆକୁ ଏକ ର‌୍ୟାଲି ଆୟୋଜିତ କରାଯିବ । ଯେଉଁଠାରେ ଆଜି ହଜାର ହଜାର ଆଦିବାସୀମାନେ ଏହି ଉତ୍ସବରେ ସମ୍ମିଳୀତ ହେବେ ବୋଲି ଜଣାପଡିଛି ।

ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ୭ ପ୍ଲାଟୁନ ପୋଲିସ ଫୋର୍ସ ଆମ୍ବାଗଡିଆ ଠାରେ ପୋଲିସ ମୁତୟନ ହୋଇଛନ୍ତି । ଏଥିରେ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ସମେତ ଅତିରିକ୍ତ ଆରକ୍ଷୀ ଜଣେ ଡିଏସପି, ୨ ଆଇଆଇସି ସହ ୫ଜଣ ସବ-ଇନ୍ସପେକ୍ଟରଙ୍କୁ ମୁତୟନ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଉଲ୍ଲେଖଯୋଗ୍ୟ, ଏହିଠାରେ ୨୦୦୬ ମସିହାରେ ଟାଟା ଷ୍ଟିଲ୍ ପକ୍ଷରୁ ନିର୍ମିତ ହେଉଥିବା ନିର୍ମାଣାଧିନ ପାଚେରୀକୁ ବିରୋଧ କରି ହଜାର ହଜାର ସଂଖ୍ୟାରେ ଆଦିବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଏହି ବିକ୍ଷୋଭ ସମୟରେ ପୋଲିସ ଗୁଳିରେ ୧୩ ଜଣ ଆନ୍ଦୋଳନରତ ଆଦିବାସୀଙ୍କର ମୃତ୍ୟୁ ଘଟିଥିଲା । ଏଥିସହିତ ବିକ୍ଷୋଭକାରୀଙ୍କ ପାଲଟା ଜବାବରେ ଜଣେ ପୋଲିସ କର୍ମଚାରୀ ନିହତ ହୋଇଥିଲେ ।

Leave A Reply

Your email address will not be published.