ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପାରଦ ୫ ଡିଗ୍ରୀ ସେଲସିୟସକୁ ଖସିଛି । ପ୍ରବଳ ଶୀତ । ଦେହ ହାତ କାଲୁଆ ହୋଇ ଯାଉଛି । ବାହାରେ ଯେମିତି ଥଣ୍ଡା ଘର ଭିତରେ ବି ଥରାଉଛି । ଜିଲ୍ଲାର ବିଭିନ୍ନ ସଥାନରେ ଦୁଇ ଦିନ ହେବ ତୁଷାରପାତ ହେଉଛି । ଫୁଲବାଣୀ, ଦାରିଙ୍ଗବାଡ଼ି, ସମେତ ବାଲିଗୁଡା, ବେଲଘର ଓ ଜି.ଉଦୟଗିରିରେ ତୁଷାରପାତ ହେଉଛି ।
ଲଗାତାର ଦୁଇ ଦିନ ହେବ ତୁଷାରପାତ ହେଉଛି । ଆଜି ଫୁଲବାଣୀ ସହରର ବସଷ୍ଟାଣ୍ଡ ନିକଟ, ନଦୀଖଣ୍ଡି ସାହି ଓ ସାର୍ଟିଗୁଡାରେ ତୁଷାରପାତ ହୋଇଛି । ଘର ବାହାରେ ଲୋକଙ୍କ ଆସବାବପତ୍ର, ଗାଡ଼ି ମୋଟର ଉପରେ ବରଫର ହାଲକା ଆସ୍ତରଣ ଦେଖିବାକୁ ମିଳିଛି ।
Comments are closed.