Latest Odisha News

BREAKING NEWS

Cold Wave: ଜାଡ଼ରେ ଥରୁଛି ଓଡ଼ିଶା, ୨ ଦିନ ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ବର: ଜାଡ଼ରେ ଥରୁଛି ଓଡ଼ିଶା। ଉପକୂଳରୁ ଦକ୍ଷିଣ ପୁଣି ପଶ୍ଚିମ ଓଡ଼ିଶା। ସବୁଠି ଅସହ୍ୟ ଶୀତ। ଥଣ୍ଡାରୁ ନିସ୍ତାର ନାହିଁ। ରାଜ୍ୟରେ ଭୟଙ୍କର ଶୀତ ଲହରୀ। ଥରୁଛି ସାରା ରାଜ୍ୟ। ଥଣ୍ଡା ସାଙ୍ଗକୁ ଅନେକ ସ୍ଥାନରେ କଲବଲ କରୁଛି କୁହୁଡ଼ି। ଅସ୍ତବ୍ୟସ୍ତ ସାଧାରଣ ଲୋକେ। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ କୁହୁଡ଼ି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ରାଜ୍ୟକୁ କ୍ରମାଗତ ଭାବରେ ପ୍ରବେଶ କରୁଥିବା ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବରେ ରାଜ୍ୟରେ ଶୀତ ଲହରି ଜାରି ରହିଛି। ଆଗାମୀ ୨ ଦିନ ଯାଏ ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଯାଏ କମ୍ ରହିପାରେ।

ଆଜି ପାଇଁ ସୁନ୍ଦରଗଡ଼, କଳାହାଣ୍ଡି, ଖୋର୍ଦ୍ଧା, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାକୁ ୟୋଲୋ ଚେତାବନୀ ଦିଆଯାଇଛି। ଆସନ୍ତାକାଲି ପାଇଁ ମଧ୍ୟ ଏହି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ କୁହୁଡ଼ି ହେବ। ତେବେ ଏହି ଜିଲ୍ଲା ଗୁଡ଼ିକରେ ଘନ କୁହୁଡ଼ି ହେବ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କୁହୁଡ଼ି ପାଇଁ ବିଭିନ୍ନ ଜିଲ୍ଲାକୁ ଚେତାବନୀ ଦିଆଯାଇଛି।

Comments are closed.