Cyclone ‘Montha’ Landfall: ଆରମ୍ଭ ହେଲା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା, ପବନ ଓ ଭୟଙ୍କର ବର୍ଷା ତାଣ୍ଡବରେ ଥରିଲା କାକିନାଡ଼ା
ଭୁବନେଶ୍ୱର: ଆରମ୍ଭ ହେଲା ଭୀଷଣ ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଆଇଏମଡି ପକ୍ଷରୁ ମିଳିଛି ବଡ଼ ସୂଚନା। ଆସନ୍ତା ୪ ଘଣ୍ଟା ଧରି ଜାରି ରହିବ ଏହି ପ୍ରକ୍ରିୟା। କାକିନାଡ଼ା ଦେଇ ଅତିକ୍ରମ କରୁଛି ବାତ୍ୟା ‘ମୋନ୍ଥା’। ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟା ପ୍ରତି ବେଗ ରହିଛି ୯୦ରୁ ୧୦୦ କିମି। ଝଟକା ପବନର ଘଣ୍ଟା ପ୍ରତି ବେଗ ରହିଛି ୧୧୦ କିମି ।
ଘଣ୍ଟାକୁ ୧୫କିମି ବେଗରେ ଆଗକୁ ବଢୁଛି ବାତ୍ୟା। ମଚ୍ଛଲିପଟ୍ଟନମ ଠାରୁ ୫୦ କିମି ଦୂରରେ ରହିଛି ମୋନ୍ଥା । ଲ୍ୟାଣ୍ଡଫଲ ସହ ମୋନ୍ଥା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଧ୍ୟରେ ଗତି କରି ଏହା କ୍ରମେ ଦୁର୍ବଳ ହେବ। କାକିନାଡ଼ା ଉପ୍ପଡ଼ା ଅଞ୍ଚଳର ଦୃଶ୍ୟ ଭୟଙ୍କର ହୋଇପଡିଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ଲ୍ୟାଣ୍ଡଫଲ୍ ଜୋନରେ ଏବେ ପହଞ୍ଚି ସାରିଛି ମୋନ୍ଥା। ଏଇଠି ଆଜି ସକାଳୁ ମଥା ପିଟୁଥିଲା ସମୁଦ୍ର ଢେଉ। ସବୁଠୁ ବଡ଼ ଚାଲେଞ୍ଜ ହେଉଛି, କାକିନାଡ଼ାରେ ଧନ ଜୀବନ ସୁରକ୍ଷା। କାରଣ ଉପକୂଳରେ ରହିଛି ହଜାର ହଜାର ମତ୍ସ୍ୟଜୀବୀଙ୍କ ଘରଦ୍ବାର। ବାତ୍ୟା ମାଡ଼ରେ ସବୁକିଛି ଉଜୁଡ଼ିଛି ବଢ଼ିଛି ଆଶଙ୍କା। ଏପରିକି ଉପକୂଳରେ ଲଙ୍ଗର ପକାଇଥିବା ବୋଟ୍ ସହ ଅନ୍ୟାନ୍ୟ ମାଛଧରା ଡଙ୍ଗା ବି କ୍ଷତିଗ୍ରସ୍ତ ହେଉଥିବାର ଜଣାପଡୁଛି। ତେଣୁ ଉପକୂଳବର୍ତ୍ତୀ ଅଞ୍ଚଳରେ ମାଇକରେ ଘନ ଘନ ପ୍ରଚାର ସହ ତୁରନ୍ତ ସୁରକ୍ଷିତ ସ୍ଥାନ ତଥା ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲିଯିବାକୁ ଲୋକଙ୍କୁ ନିବେଦନ କରୁଥିଲା ସ୍ଥାନୀୟ ପ୍ରଶାସନ।
Comments are closed.