Latest Odisha News

BREAKING NEWS

ଉପକୂଳ ନିକଟତର ହେଉଛି ଭୀଷଣ ବାତ୍ୟା ଅସାନି, ଘଣ୍ଟାପ୍ରତି ବେଗ ୧୨ କି.ମି

ପୁରୀଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୯୦କିମି ଦୂରରେ କେନ୍ଦ୍ରୀଭୂତ ବାତ୍ୟା

ଭୁବନେଶ୍ୱର: ଭୀଷଣ ବାତ୍ୟା ‘ଅସାନି’ ଉପକୂଳ ନିକଟତର ହେଉଛି । ଏବେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି । ଗୋପାଳପୁରର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଓ ପୁରୀଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୫୯୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ଭୀଷଣ ବାତ୍ୟା ।

ଆଗାମୀ ୨୪ ଘଣ୍ଟାରେ ଏହା ଧୀରେ ଧୀରେ ଦୁର୍ବଳ ପଡ଼ିବ । ଭୀଷଣ ବାତ୍ୟାରୁ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେବ । ଓଡ଼ିଶା ଉପକୂଳ ଦେଇ ସମାନ୍ତରାଳ ଭାବରେ ସମୁଦ୍ର ଭିତରେ ଅତିକ୍ରମ କରିବ ବାତ୍ୟା ଅସାନି । କୌଣସି ଉପକୂଳକୁ ଛୁଇଁବ ନାହିଁ । ତେବେ ସମୁଦ୍ର ଭିତରେ ଯାଉଥିବା ବେଳେ ଓଡ଼ିଶା ଉପକୂଳରେ ବର୍ଷା ପବନ ହେବ ।

Leave A Reply

Your email address will not be published.