Latest Odisha News

BREAKING NEWS

ପ୍ରବଳ ଗ୍ରୀଷ୍ମ ପ୍ରବାହ: ରାଜ୍ୟର ୧୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: ଓଡ଼ିଶାରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ବୁଧବାର ୧୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।

ବୌଦ୍ଧ ରାଜ୍ୟର ସବୁଠାରୁ ଉତ୍ତପ୍ତ ସ୍ଥାନ ହୋଇଥିବା ବେଳେ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି। ମାଲକାନଗିରିରେ ତାପମାତ୍ରା ୪୧.୬ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ଼ ଓ ବଲାଙ୍ଗୀରରେ ୪୧.୫ ଡିଗ୍ରୀ ରେକର୍ଡ କରାଯାଇଛି। ଅନୁଗୁଳରେ ୪୧.୩ ଡିଗ୍ରୀ, ଝାରସୁଗୁଡ଼ାରେ ୪୦.୮ ଡିଗ୍ରୀ, ନୟାଗଡ଼ରେ ୪୦.୬ ଡିଗ୍ରୀ, ଉଭୟ ସମ୍ବଲପୁର ଓ ତାଳଚେରରେ ୪୦.୪ ଡିଗ୍ରୀ ରହିଛି।

ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୬.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କଟକରେ ତାପମାତ୍ରା ୩୮.୨ ଡିଗ୍ରୀରେ ପହଞ୍ଚିଛି।

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗି ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଥିବା ବେଳେ ୪ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଗରମ ରାତି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୩ ଦିନ ମଧ୍ୟରେ ଦିନର ତାପମାତ୍ରା ଧୀରେ ଧୀରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ଏବଂ ଏହା ପରେ ବଜ୍ରପାତ ଓ ପବନ ବହିବାର ସମ୍ଭାବନା ରହିଛି ବୋଲି ଆଇଏମଡି ପୂର୍ବାନୁମାନ କରିଛି। ଏହାପରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୩୯ରୁ ୪୧ ଡିଗ୍ରୀ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୩୬ରୁ ୩୮ ଡିଗ୍ରୀ ମଧ୍ୟରେ ରହିବ। ଏହା ପ୍ରଚଳିତ ଉତ୍ତର-ପଶ୍ଚିମ/ପଶ୍ଚିମ ଶୁଷ୍କ ବାୟୁ ଏବଂ ଉଚ୍ଚ ସୌର ପ୍ରବାହ କାରଣରୁ ହୋଇଥାଏ । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଅନେକ ସ୍ଥାନରେ ରାତିର ତାପମାତ୍ରା ଧୀରେ ଧୀରେ ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି।

ଏପ୍ରିଲ ୪ରୁ ୫ ତାରିଖ ସୁଦ୍ଧା ଭୁବନେଶ୍ୱର ଓ କଟକରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ଏବଂ ପରଦିନ ଦିନର ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି।

Leave A Reply

Your email address will not be published.