ମୋହାଲି: ଆଜିକାଲି ମୋମୋ ପ୍ରାୟ ସମସ୍ତଙ୍କୁ ବହୁତ ପସନ୍ଦ। ପଞ୍ଜାବର ମୋହାଲିରେ ଗତ ଦୁଇ ବର୍ଷ ଧରି ମୋମୋସ୍ ତିଆରି ହେଉଥିବା ଏକ କାରଖାନାର ଫ୍ରିଜରୁ ଏକ କୁକୁରର କଟା ମୁଣ୍ଡ ମିଳିଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଏହା ସହ କିଛି ମାଂସ ମଧ୍ୟ ମିଳିଥିଲା ଯାହାକୁ ଜବତ କରଯାଇ ତଦନ୍ତ ପାଇଁ ପଠାଯାଇଛି।
ରିପୋର୍ଟ ଅନୁଯାୟୀ ଏହି କାରଖାନାରେ ମୋମୋ ଏବଂ ସ୍ପ୍ରିଙ୍ଗ ରୋଲ୍ ତିଆରି କରାଯାଇ ବିଭିନ୍ନ ସ୍ଥାନକୁ ପଠା ଯାଉଥିଲା। ଏହା ମଧ୍ୟରେ ପ୍ରଶ୍ନ ଉଠୁଛି କୁକୁରର ମୁଣ୍ଡ କିମ୍ବା ମାଂସ ସେଠାରେ କାହିଁକି ଥିଲା ଓ ଏହାକୁ ମୋମୋରେ ମିଶାଇ ଲୋକଙ୍କୁ ଦିଆଯାଉଥିଲା କି ନାହିଁ ? ସେଠାରେ କାମ କରୁଥିବା ଲୋକମାନେ ଏହାକୁ ଖାଇଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି। ତେବେ ଏସବୁ ପ୍ରଶ୍ନର ଉତ୍ତର ତଦନ୍ତ ପରେ ହିଁ ମିଳିପାରିବ।
ଚଢଉ ସମୟରେ ସେଠାରୁ ଫ୍ରୋଜେନ୍ ମାଂସ ଏବଂ କ୍ରଶର ମେସିନ୍ ମଧ୍ୟ ମିଳିଥିଲା। ତେବେ ମୋମୋ, ସ୍ପ୍ରିଙ୍ଗ ରୋଲ୍ ଏବଂ ଲାଲ ଚଟଣିର ନମୁନା ଗୁଡିକୁ ମଧ୍ୟ ପରୀକ୍ଷା ପାଇଁ ଲାବ୍ରୋଟୋରିକୁ ପଠାଯାଇଛି।ରିପୋର୍ଟ ଆସିବା ପରେ ହିଁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।
Comments are closed.