Latest Odisha News

BREAKING NEWS

ଭଡ଼ାଘରେ ଚାଲିଥିଲା ସେକ୍ସ ରାକେଟ, ଦୁଇ ଗ୍ରାହକ ଅଟକ

ବଲାଙ୍ଗୀର: ଭଡା ଘରେ ଚାଲିଥିଲା ସେକ୍ଟ ରାକେଟ। ବଲାଙ୍ଗୀର ସହରରେ ଚାଲିଥିଲା ଏପରି ଏକ ବେଆଇନ୍ କାରବାର। ଗତ ୧୦ ମାସ ଧରି ଏହି କାର୍ଯ୍ୟ ଚାଲୁଥିବା ଅଭିଯୋଗ ହୋଇଥିଲା। ଶେଷରେ ବିଳମ୍ବିତ ରାତିରେ ବଲାଙ୍ଗିର ପୋଲିସ ସେକ୍ସ ରାକେଟ ଉପରେ ଚଢାଉ କରି ଦୁଇ ଗ୍ରାହକଙ୍କୁ ଅଟକ ରଖିଛି।

ଟାଉନ ପୋଲିସ ଶାସ୍ତ୍ରୀ ନଗର ଆବାସିକ କଲୋନୀରୁ ୧୦ ଜଣ ଯୌନ କର୍ମୀ ଏବଂ ଦୁଇଜଣ ଗ୍ରାହକଙ୍କୁ ଅଟକ କରିଛି। ବଲାଙ୍ଗିର ଏସଡିପିଓ, ତୋଫାନ ବାଘ କହିଛନ୍ତି ଯେ ଶାସ୍ତ୍ରୀ ନାଗର କଲୋନୀରେ ଥିବା ଏକ ଭଡା ଘରେ ଏହି କାରବାର ଚାଲିଥିଲା। ପୋଲିସ ଖବର ପାଇ ଚଢାଉ କରିଥିଲା। ଚଢାଉ ସମୟରେ ୧୦ ଜଣ ଯୌନ କର୍ମୀ ଏବଂ ଦୁଇଜଣ ଗ୍ରାହକଙ୍କୁ ଘଟଣାସ୍ଥଳରୁ ଅଟକ ରଖାଯାଇଛି। ପୋଲିସ ଏବେ ଅପରାଧୀଙ୍କୁ ଅଟକ ରଖିଛି। ଅଧିକ ତଦନ୍ତ ଚାଲିଛି ବୋଲି ବାଘ କହିଛନ୍ତି।

Comments are closed.