Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୫ 

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନବକଳେବର ନୀତିରେ ନୃସିଂହ ମନ୍ତ୍ର ପ୍ରୟୋଗ କଥା ଆଲୋଚନା କରୁଥିଲେ। ଆସନ୍ତୁ ଜାଣିବା ସେ ମନ୍ତ୍ର ।

ଓଁ ଉଗ୍ରଂବୀରଂ ମହାବିଷ୍ଣୁଂ, ଜଳନ୍ତଂ ସର୍ବତୋମୁଖମ୍., ନୃସିଂହଂ ଭୀଷଣଂ ଭଦ୍ରଂ, ମୃତ୍ୟୋ ମୃତ୍ୟଂ ନମାମ୍ୟ ହମ ।

ଅର୍ଥାତ ହେ ନୃସିଂହ ତୁମ୍ଭେ ଉଗ୍ର ତଥା ବୀର। ତୁମ୍ଭେ ମହାବିଷ୍ଣୁ, ତୁମ୍ଭେ ଦ୍ବନ୍ଦାତୀତ, ତୁମ୍ଭର ମୁଖମଣ୍ଡଳ ସର୍ବଦିଗ ବ୍ୟାପି। ହେ ନୃସିଂହ ତୁମେ ଭୀଷଣ ତଥା କଲ୍ୟାଣପ୍ରଦ। ତୁମ୍ଭେ ମୃତ୍ୟୁର ମୃତ୍ୟୁ। ମୁଁ ତୁମ ନିକଟରେ ଶରଣ ଯାଉଛି। ତୁମକୁ ନମସ୍କାର କରୁଛି। ନବକଳେବର ସମୟରେ ଛେଦିତ ଦାରୁ ନୃସିଂହ ଯନ୍ତ୍ର ଉପରେ ସ୍ଥାପନ କରାଯାଇ ଏହି ନୃସିଂହ ମନ୍ତ୍ର ରାଜରେ ଅଭିମନ୍ତ୍ରିତ କରାଯାଏ। ଅଣସର ସମୟରେ ଚତୃଦ୍ଧା ମୂର୍ତ୍ତି ଅଣସର ପିଣ୍ଡିରେ ଥିବା ସମୟରେ ନୃସିଂହଙ୍କ ଦର୍ଶନ ଅତ୍ୟନ୍ତ ପୁଣ୍ୟପ୍ରଦ ହୋଇଥାଏ। ରଥଯାତ୍ରା ସମୟରେ ନୃସିଂହଙ୍କ ପୂଜା ଶ୍ରୀମନ୍ଦିରରେ ଯଥା ରୀତି କରାଯାଇଥାଏ ରଥ ଅନୁକୂଳ, ରଥ ପ୍ରତିଷ୍ଠା ସମୟରେ ମଧ୍ୟ ଏହି ମନ୍ତ୍ର ରାଜଙ୍କୁ ବ୍ୟବହାର କରାଯାଏ। ରଥନିର୍ମାଣ ସମୟରେ ରଥକାଠ ପ୍ରତିଷ୍ଠା ପାଇଁ ଲଷ୍ମୀ -ନୃସିଂହଙ୍କ ଚଳନ୍ତି ପ୍ରତିମାଙ୍କୁ ପ୍ରତିଷ୍ଠା ସ୍ଥଳରେ ବିଜେ କରାଯାଏ। ଏହାଙ୍କୁ କଳେବର ନୃସିଂହ ମଧ୍ୟ କୁହାଯାଏ। ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ନୃସିହ ଜନ୍ମ ପାଳିତ ହୁଏ । ଏହାର ବିଶେଷ ବିବରଣୀ ଜାଣିବା ଆଗାମୀ ଅଧ୍ୟାୟରେ । ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।

କର୍ମ କରିବ କାମ ତେଜି
ସାତ୍ଵିକେ ମୋର ପାଦେ ଭଜି ।
ଜୀବ ଦେଖିବ ଶୁଦ୍ଧ ଚିତ୍ତେ
ମୋହ ଗହନ ଏ ଜଗତେ ।
ଆରମ୍ଭମାନ ବିପର୍ଯୟ
ସର୍ବବିକାର ମାୟା ମୟ ।
ସ୍ୱପନେ ନାନା ଉପଭୋଗେ
ସେ ଯେହ୍ନେ ଆତ୍ମାର ସଂଯୋଗେ।
ମଣଇ ସତ୍ୟପ୍ରାୟ ତାହା
ଦୃଷ୍ଟି ଶ୍ରବଣେ ସର୍ବ ମାୟା ।
ଯେତେ ଦେଖଇ ନାନା ରଙ୍ଗେ
ବିଫଳ ହୋଏ ନିଦ୍ରାଭଙ୍ଗେ ।
ଏଣୁ ପ୍ରବୃତି ଧର୍ମ ଏଡି
ନିବୃତ୍ତି ଧର୍ମେ ମନ ବଢ଼ି ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.